fbpx

ମର୍ମନ୍ତୁଦ ଦୁର୍ଘଟଣାରେ ୨୦ମୃତ, ପରିଜନଙ୍କ ପ୍ରତି ଶୋକ ପ୍ରକାଶ କଲେ ଯୋଗୀ ଆଦିତ୍ୟନାଥ

କନୌଜ, ୧୧ା୧: ଉତ୍ତର ପ୍ରଦେଶର କନୌଜଠାରେ ଗତକାଲି ଏକ ସ୍ଲିପର କୋଚ ବସ ସହ ଟ୍ରକ ମୁହାଁମୁହିଁ ହୋଇଥିଲା । ଯାହାଫଳରେ ବସଟିରେ ନିଆଁ ଲାଗି ଯାଇଥିଲା । ବସ ଭିତରେ ଥିବା ୭୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହାସହ ୨୦ରୁ ଅଧିକ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ବ୍ୟକ୍ତ କରି ପରିଜନଙ୍କ ପ୍ରତି ଶୋକ ସମ୍ବେଦନା ଜ୍ଞାପନ କରିଛନ୍ତି । ଆହତକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.