fbpx

ବରଗଡରେ ୭୦ କୋଟି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ,୨୧ ।୧(ଓଡିଶା ଭାସ୍କର): ବରଗଡରେ ପହଞ୍ଚି ନୂତନ ଜିଲ୍ଲା ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । । ୭୦ କୋଟି ୬୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର ୭ଟି ପ୍ରକଳ୍ପର ଉଦଘାଟନ କରିବା ସହ ୫୯ କୋଟି ୪୪ ଲକ୍ଷ ଟଙ୍କାର ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଟୁକୁର୍ଲାରେ ଥିବା ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।

ସମ୍ବଲପୁରର ଇଷ୍ଟଦେବି ମା ସମଲେଶ୍ୱରୀ ମନ୍ଦିର ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତ ପାଇଁ ସୁବିଧା-ସୁଯୋଗ ପାଇଁ ପଦକ୍ଷେପ ନିଆଯିବ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ଏକ ବିଶେଷଜ୍ଞ ଦଳ ଆସି ଅନୁଧ୍ୟାନ କରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.