CRIMEODISHATOP STORIES

ଷ୍ଟେସନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୫।୮ (ଓଡ଼ିଶା ଭାସ୍କର): ଗୋଟିଏ ପଟେ ଭୁବନେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ନିକଟରେ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟପଟେ ଫୁଟ ଓଭରବ୍ରିଜ ନିକଟରେ ଆଉ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖାଯାଇଛି । ନୂଆ ଫୁଟ ଓଭର ବ୍ରିଜ ତଳେ ଯୁବକଜଣଙ୍କ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି । ମୃତଦେହ ନିକଟରେ ଚପଲ ଓ ଟିଫିନ ବକ୍ସ ପଡିଥିବା ଦେଖାଯାଇଛି । ତେବେ ମୃତ ଯୁବକଙ୍କ ପରିଚୟ ଏଯାଏଁ ମିଳିନାହିଁ । ଜିଆରପି ଥାନା ପକ୍ଷରୁ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଏଭଳି ଏକ ଗହଳି ସ୍ଥାନରେ କିଭଳି ଭାବେ ଜଣେ ଯୁବକ ଆତ୍ମହତ୍ୟା କଲେ ତାହା ସମସ୍ତଙ୍କୁ ଚକିତ କରିଛି । ନାମକୁ ମାତ୍ର ଏଠାରେ ସୁରକ୍ଷା ବ୍ୟବସ୍ଥା ଥିବା ଲୋକେ କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close