ODISHATOP STORIES

ଆଇନଜୀବୀଙ୍କୁ ମାଡ଼ ଘଟଣା, ୩ ପୋଲିସ କର୍ମଚାରୀ ନିଲମ୍ବିତ

କଟକ / ଭୁବନେଶ୍ୱର, ୩୦ା୮ (ଓଡ଼ିଶା ଭାସ୍କର): କଟକର ନୂଆବଜାର ଛକରେ ଏକ ଦୁର୍ଘଟଣାକୁ ନେଇ ପୋଲିସ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଗୁରୁବାର କଟକ ଓ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା । ତେବେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସର ୩ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ୩ଜଣଙ୍କ ମଧ୍ୟରେ ଜଣେ ହାବିଲଦାର ଓ ୨ କନେଷ୍ଟବଳ ରହିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ୩ ଜଣ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବାରୁ ହାବିଲଦାର ପିକେ ବେହେରା, କନଷ୍ଟେବଳ ବିକେ ସାମଲ ଓ ୟୁକେ ଭୁଇଁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close