fbpx

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି

ଅହମ୍ମଦାବାଦ, ୨୪ା୨: ମୋଟେରୋ ଷ୍ଟାଡ଼ିଅମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଇଛନ୍ତି । ତାଙ୍କ ଉଦବୋଧନରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ସେ କହିଛନ୍ତି ଟ୍ରମ୍ପଙ୍କ ଗସ୍ତ ଭାରତ ଓ ଆମେରିକା ସମ୍ପର୍କକୁ ମଜଭୁତ କରିବ । ଏହି ପରିପ୍ରେକ୍ଷୀରେ ଭାରତ-ଆମେରିକା ଦୋସ୍ତି ଚିରସ୍ଥାୟୀ କହିଛନ୍ତି ମୋଦି । ଟ୍ରମ୍ପଙ୍କ ଗସ୍ତ ଉନ୍ନତି ଓ ସମୃଦ୍ଧିର ନୂଆ ଦସ୍ତାବିଜ ହେବ । ଏହାସହ ଗଭୀର ବିଶ୍ୱାସ ଥିଲେ ବନ୍ଧୁତ୍ୱ ଅଧିକ ଗଭୀର ହୁଏ ବୋଲି ମୋଦି କହିଛନ୍ତି । ଭାରତ କେବଳ ସର୍ବାଧିକ ସାଟେଲାଇଟରେ ରେକର୍ଡ଼ କରୁନାହିଁ । ଭାରତର ବିକାଶ ଆମେରିକା ପାଇଁ ନୂଆ ଆଶା ସଞ୍ଚାର କରିବ । ଆର୍ଥିକ ଓ ଡିଜିଟାଲ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଜାରି ରହିବ । ଆମେରିକା ଭାରତର ଭଲ ବାଣିଜ୍ୟକ ବନ୍ଧୁ, ଗବେଷଣା ଓ ବିକାଶ ଏବଂ ମିଳିତ ସମରାଭ୍ୟାସ କ୍ଷେତ୍ରରେ ବି ବନ୍ଧୁ ରହିଛି ।

Get real time updates directly on you device, subscribe now.