fbpx

ଦିଲ୍ଲୀ ହିଂସାକାଣ୍ଡ, ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ନୂଆଦିଲ୍ଲୀ, ୨୭ା୨: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଚାଲିଥିବା ହିଂସାକାଣ୍ଡ ଥମିବାର ନା ଧରୁନି । ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ପୋଲିସ କର୍ମଚାରି ରହିଛନ୍ତି । ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ୨ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଏହାସହ ପ୍ରାୟ ୨୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ଅନ୍ୟପଟେ ହିଂସାଗ୍ରସ୍ତ ଅଞ୍ଚଳରେ ଦିଲ୍ଲୀ ପୋଲିସ ଫ୍ଲାଗମାର୍ଚ୍ଚ କରିଥିବା ନେଇ ସୂଚନା ରହିଛି । ହିଂସାକାଣ୍ଡ ଘଟିଥିବା ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ଉତ୍ତର-ପୂର୍ବ ଦିଲ୍ଲୀରେ ମାସେ ପାଇଁ ଲାଗୁ ହୋଇଥିବା ୧୪୪ଧାରା ବଳବତ୍ତର ରହିଛି । ସେହିପରି ଦିଲ୍ଲୀର ଚାରୋଟି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି ।
ଗତକାଲି ହିଂସାକାଣ୍ଡ ନେଇ ୧୦୬ଜଣଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଏହାସହ ଆଜି୧୮ଟି ଏଫଆଇଆର ମଧ୍ୟ ହୋଇଛି ।

Get real time updates directly on you device, subscribe now.