fbpx

ଚୀନରେ ବଢୁଛି କରୋନା ଭୟ; ୧୦ କୋଟିରୁ ଅଧିକ ଲୋକ ସଂକ୍ରମିତ, ୩ ଟି ଡୋଜ ପରେ ବି ପଡୁନି ପ୍ରଭାବ

Advertisement

 

ନୂଆଦିଲ୍ଲୀ: ଚୀନରେ ତାଣ୍ଡବ ଳୀଳା ରଚିଛି ମହାମାରୀ କରୋନା । ଫଳରେ ସାରା ଦେଶରେ ହା ହାକାର ଦେଖାଦେଇଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଚୀନବାସୀ । ତେବେ କୋରାନା ନୂଆ ଭାରିଆଣ୍ଟ ବି ଏଫ୍-୭ କେବଳ ଚିନ ନୁହେଁ ସାରା ବିଶ୍ୱରେ ତାର କାୟା ବିସ୍ତାର କରୁଛି । ଯେଉଁଥିରେ ଭାରତ ମଧ୍ୟ ସାମିଲ ଅଛି । ତେବେ କରୋନାର ଏହି ନୂଆ ଭାରିଆଣ୍ଟର ମୁକାମିଲା ପାଇଁ ଭାରତ ସରକାର ବୈଠକ ପରେ ବୈଠକ କରୁଛନ୍ତି ଏବଂ ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୫ ରୁ ଡିସେମ୍ବର ୨୫ ତାରିଖ ମଧ୍ୟରେ ଚୀନରେ ୧୦ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିସହିତ ଏହି ସଂଖ୍ୟା ଆହୁରୀ ବଢିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି । ଏଥିସହିତ ପ୍ରାୟ ଏକ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଯାହାର ତଥ୍ୟକୁ ଚୀନ ସରକାର ଲୁଚାଉଥିବା କୁହାଯାଉଛି । ତେବେ ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଯେ ଆଗାମୀ ଦିନରେ ଚୀନରେ ଆହୁରି ୧୦ କୋଟିରୁ ଉଦ୍ଧ୍ୱର୍ ଲୋକ ସଂକ୍ରମିତ ହେବେ ଏବଂ ୫ ଲକ୍ଷ ଲୋକ ମେଡିକାଲରେ ଭର୍ତ୍ତି ହେବେ । ଏତତି ବ୍ୟତୀତ ପାଖାପାଖି ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପକ୍ଷେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ୩ଟି ଲହରର ସାମ୍ନା କରିସାରିଛି । ଏଥିସହିତ କରୋନାର ଏହି ଲହରକୁ ସାମ୍ନା କରିୁବାକୁ ପ୍ରସ୍ତୁତ ମଧ୍ୟ ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଷେଶଜ୍ଞଙ୍କ ସହ ସରକାର ଆଲୋଚନା କରିଛନ୍ତି ଏବଂ ଏହାର ମୁକାବିଲା ପାଇଁ ବର୍ତ୍ତମାନରୁ ସମସମତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଦ୍ୱିତୀୟ ଲହରରେ ଭାରତ ଯେଉଁ ପରିସ୍ଥିତିର ସାମ୍ନା କରିଥିଲା ତାହା ହେବ ନାହିଁ ବୋଲି ଆଶା କରାଯିବା ସହ ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ହୋଇଛି ।

Get real time updates directly on you device, subscribe now.