fbpx

ନିଜ ସ୍ୱାମୀଙ୍କୁ ଖୁସି କରିବାକୁ ମହିଳା କରିଲେ ଏପରିି କାଣ୍ଡ: ଯାହା ସମସ୍ତଙ୍କୁ କରିଦେଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲ୍ଲୀ:ସ୍ୱାମୀଙ୍କୁ ଖୁସି ରଖିବାକୁ ପତ୍ନୀ ମାନେ ଅନେକ କିଛି କରିଥାନ୍ତି । କିଏ ମନ ପସନ୍ଦର ଖାଇବା ଦେଇ ନିଜ ସ୍ୱାମୀଙ୍କୁ ଖୁସି କରିଥାନ୍ତି ତ ଆଉ କିଏ ସ୍ୱମୀଙ୍କ ସହ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇ ନିଜ ସ୍ୱାମୀର ମନ ଜିତିଥାନ୍ତି ।ତେବେ ଥାଇଲାଣ୍ଡର ଜଣେ ମହିଳା ତାଙ୍କ ସ୍ୱାମୀକୁ ଖୁସି କରିବାକୁ ଏପରି କିଛି କରିଛନ୍ତି ଯାହା ଜଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ମହିଳା ଜଣଙ୍କ ନିଜ ସ୍ୱାମୀ ପାଇଁ ଏକ ସୁନ୍ଦର ସ୍ତ୍ରା ଖୋଜିଛନ୍ତି । ଥୋଇଲାଣ୍ଡର ୪୪ ବର୍ଷୀୟା ମହିଳାଙ୍କ ନାମ ହେଉଛି ପଥିମା ଚାମନାନ । ଯିଏକି ନଜ ପାଇଁ ଏକ ସୋଉତୁଣୀ ଖୋଜିଛନ୍ତି ।

ତେବେ ଏହି ଘଟଣାଟି ଯେତିକି ଆଶ୍ଚର୍ଯ୍ୟକର ଏହି ସୁନ୍ଦର ପତ୍ନୀ ଯୋଗାଡ଼ ପ୍ରକ୍ରିୟା ମଧ୍ୟ ସେତିକି ଆଶ୍ଚର୍ଯ୍ୟକର ଥିଲା । ଚାମନାନ ପତିଙ୍କ ପାଇଁ ମିଷ୍ଟ୍ରେସ୍ ଠିକ୍ କରିବାକୁ ସୋସିଆଲ୍ ମିଡିଆରେ ବିଜ୍ଞାପନ ଦେବା ସହ ଚାକିରି ପାଇଁ ମଧ୍ୟ ଉଲ୍ଲେଖ କରିଥିଲେ । ଧ୍ୟେଯଉଁଥିରେ ସମସ୍ତ କାର୍ଯ୍ୟ ଓ ଦରମା ବିଷୟରେ ଉଲ୍ଲେଖ ରହିଥିଲା । ଯିଏ ଚାମନାନଙ୍କ ପ୍ରସ୍ତାବରେ ରାଜି ହେବ ତାଙ୍କୁ ୧୫ ହଜାର ଥାଇଲାଣ୍ଡ ମୁଦ୍ରା(୩୩ ହଜାର ୮୦୦ ଟଙ୍କା) ଦରମା ସହ ଖାଇବା ପିଇବା ସବୁ ମାଗଣା ବୋଲି ସେ ଘୋଷଣା କରିଥିଲେ । ତେବେ ଏହି ଚାକିରୀ କେବଳ ଯୁବତୀଙ୍କ ପାଇଁ ଉପଲବ୍ଧ ଥିବା ବେଳେ ସେ ଡିପ୍ଲୋମା କରିଥିବେ ତା ସାଙ୍ଗକୁ ଗୁଡ୍ ଲୁକିଂ ଓ କମ୍ୟୁନିକେସନ ସ୍କିଲ ଥିବ ବୋଲି ଘୋଷଣାନାମାରେ କୁହାଯାଇଥିଲା ।

ଏହି ବିଜ୍ଞାପନରେ ଚାମନାନ ଉଲ୍ଲେଖ କରିଥିଲେ ଯେ, ଦୁଇଜଣ ମହିଳା ତାଙ୍କୁ ଅଫିସ କାମରେ ସହଯୋଗ କରିବେ ଏବଂ ଅନ୍ୟ ଜଣେ ଯୁବତୀ ତାଙ୍କ ସ୍ୱାମୀ ଓ ପିଲାଙ୍କ କଥା ବୁଝିବା ସହ ତାଙ୍କ ସ୍ୱାମୀଙ୍କୁ ଖୁସି କରିପାରିବେ । ଶେଷରେ ଚାମନାନ ତାଙ୍କର ଜଣେ ମହିଳା ବନ୍ଧୁଙ୍କୁ ଏହି ଚାକିରିରେ ନିଯୁକ୍ତ ଦେବା ପରେ ନିଯୁକ୍ତି ଘୋଷଣା ଉଠାଇ ନେଇଥିବା କୁହାଯାଉଛି ।

ଚାମନାନ ସ୍ୱାମୀ ପଟ୍ଟାଗୋର୍ଣ୍ଣ ଯେତେବେଳେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ଏଥିରେ ସେ ତାଙ୍କ ପତ୍ନିଙ୍କୁ ଅସହଯୋଗ କରି ନଥିଲେ । ସେ ନିଜେ ଏପରି ଚାହିଁ ନାହାନ୍ତି, ତେବେ ଯଦି ତାଙ୍କ ପତ୍ନୀ ଏଭଳି ଅଫର ଦେଉଛନ୍ତି ତେବେ ସେ ଏହାକୁ ମନା କରିବେ ନାହିଁ ବୋଲି ପଟ୍ଟାଗୋର୍ଣ୍ଣ କହିଥିଲେ ।

Get real time updates directly on you device, subscribe now.