fbpx

Video: ବସଷ୍ଟାଣ୍ଡରେ ଠିଆ ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୬ ମୃତ ୧୦ ଆହତ

ମଧ୍ୟପ୍ରଦେଶ: ରବିବାର ସନ୍ଧ୍ୟାରେ ମଧ୍ୟପ୍ରଦେଶର ରତ୍ଲାମ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଥିବା ଏକ ବସଷ୍ଟାଣ୍ଡରେ ଠିଆ ହୋଇଥିବା କିଛି ଲୋକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ମାଡ଼ିଯିବା ଫଳରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣା ବିଷୟରେ ଜିଲ୍ଲାପାଳ ନରେନ୍ଦ୍ର କୁମାର ସୂର୍ଯ୍ୟବଂଶୀ କହିଛନ୍ତି ଯେ, ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦଶ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଠ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଦୁର୍ଘଟଣା ଘଟାଇଥିବା ଟ୍ରକଟି ଜବତ କରାଯାଇଛି ଏସପି ଅଭିଷେକ ତିୱାରୀ କହିଛନ୍ତି ସୂଚନା ଦେଇଛନ୍ତି। ଆହତମାନଙ୍କ ମଧ୍ୟରୁ ବିଶାଲ କହିଛନ୍ତି ଯେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅତିକମରେ ୨୦ ଜଣଙ୍କୁ ଧକ୍କା ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଟ୍ରକଟି ସେମାନଙ୍କ ଆଡକୁ ପଶିଯିବାରୁ ଲୋକମାନେ ଯୁଆଡେ ଯିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଦୁର୍ଘଟଣା ପରେ ରାସ୍ତାରେ ଶବ ବିଛେଇ ପଡିଥିବା ସେମାନେ କହିଛନ୍ତି। ତେବେ ଏହି ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ପଳାୟନ କରିଥିବା ସେମାନେ କହିଛନ୍ତି।

https://dainik-b.in/HrB0cBU2tvb

Get real time updates directly on you device, subscribe now.