fbpx

ସରକାରଙ୍କ ଦାବି; ଭାରତରେ ବଢିବନି ଖାଇବା ତେଲର ଦର, ପର୍ଯ୍ୟାପ୍ତ ପରିମାଣରେ ଅଛି ଷ୍ଟକ୍

ନୁଆଦିଲ୍ଲୀ: ବର୍ତ୍ତମାନ ଦେଶରେ ମହଙ୍ଗା ସିଧା ସଳଖ ଲୋକଙ୍କ ମେରୁ ଦଣ୍ଡ ଭାଙ୍ଗି ଦେଉଛି । ଏଭଳି ସମୟରେ ଦେଶରେ ଖାଇବା ତେଲ ଦର ବଢିବା ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । କାରଣ ଇଣ୍ଡୋନେସିଆ ଭାରତକୁ ପାମ ତେଲ ରପ୍ତାନୀ ବନ୍ଦ କରିବାକୁ ନିଷ୍ପତି ନେଇଛି । ଏହାର ପ୍ରଭାବରେ ଭାରତରେ ଖାଇବା ତେଲର ଦାମ ହୁଇ ହୁ ହୋଇ ବଢିବାର ଆଶଙ୍କା ରହିଛି । କାରଣ ଭାରତ ପ୍ରାୟ ୭୦ ପ୍ରତିଶତ ଖାଇବା ତେଲ ଆମଦାନୀ କରିଥାଏ । ଏହର ସିଂହ ଭାଗ ଇଣ୍ଡୋନେସିଆ ଏବଂ ମାଲେସିଆରୁ ଆସିଥାଏ । ତେବେ ଭାରତ ସରକାର କହିଛନ୍ତି ଯେ ଏହାର କୌଣସି ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ ।

ସୂଚନା ଅନୁସାରେ ମନ୍ତ୍ରଣାଳୟ କହିଛି ଯେ ଫେବୃଆରୀରେ କୃଷି ସହଯୋଗ ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ଉତ୍ପାଦିତ ତୈଳବୀଜ ଭାରତରେ ସୋୟାବିନ୍ ତୈଳ ଉତ୍ପାଦନ ନେଇ ଏକ ଉତ୍ତମ ଚିତ୍ର ଦେଇଛି। ଆନୁମାନିକ ବର୍ଷ ୨୦୨୧-୨୨ ରେ ଏହାର ଉତ୍ପାଦନ ୧୨୬.୧୦ ଲକ୍ଷ ଲକ୍ଷ ମେଟ୍ରିକ ଟନ୍ ହେବ ବୋଲି କୁହାଯାଉଛି, ଯାହା ଗତ ବର୍ଷର ଉତ୍ପାଦନ ୧୧୨ ଲକ୍ଷ ମେଟ୍ରିକ ଟନ୍ ଠାରୁ ଅଧିକ । ଏଥି ସହିତ, ଗତ ବର୍ଷ ତୁଳନାରେ ରାଜସ୍ଥାନ ସମେତ ସମସ୍ତ ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ସୋରିଷର ୩୭ ପ୍ରତିଶତ ଅଧିକ ବିହନ ହେତୁ ୨୦୨୧-୨୨ ଋତୁରେ ସୋରିଷ ଉତ୍ପାଦନ ୧୧୪ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇପାରେ ।

ବର୍ତ୍ତମାନ ବୈଶ୍ୱିକ ସ୍ଥିତି ପାଇଁ ଉତ୍ପାଦନ ହ୍ରାସ ଏବଂ ରପ୍ତାନି ଦେଶ ଦ୍ୱାରା ରପ୍ତାନି ଟିକସ କିମ୍ବା ଶୁଳ୍କ ବୃଦ୍ଧି ହେତୁ କାଇବା ତେଲର ଆନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ପାଇଛି। ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗ ଖାଇବା ତେଲର ମୂଲ୍ୟ ଏବଂ ଉପଲବ୍ଧତା ସ୍ଥିତି ଉପରେ ନଜର ରଖିଛି । ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଘରୋଇ ଖାଇବା ତୈଳ ମୂଲ୍ୟରେ ଅଧିକ ହ୍ରାସ ବିଷୟରେ ଆଲୋଚନା କରିବା ପାଇଁ ପ୍ରମୁଖ ଖାଇବା ତେଲ ପ୍ରକ୍ରିୟାକରଣ ଆସୋସିଏସନ୍ ସହିତ ନିୟମିତ ବୈଠକ କରି ଆଲୋଚନା କରାଯାଉଛି । ଏବଳି ସମୟରେ କିପରି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅନୁଯାୟୀ ହୋର୍ଡିଂ ଏବଂ ଲାଭଦାୟକତା ଯାଞ୍ଚ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ମଧ୍ୟ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି।

ଖାଇବା ତେଲର ମୂଲ୍ୟକୁ ଦିନକୁ ଦିନ ତୀକ୍ଷ୍ଣ ନଜର ରଖାଯାଉଛି ଯାହା ଦ୍ୱାରା ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ଯାହା ଦ୍ୱ।।ର ମୂଲ୍ୟ ସ୍ଥିର ରହିବ ଏବଂ ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷିତ ରହିବ।

Get real time updates directly on you device, subscribe now.