fbpx

୧୦୦ ଘଣ୍ଟାର ଅପରେଶନ ପରେ ବୋରୱେଲ୍‌ରୁ ଉଦ୍ଧାର ହେଲେ ରାହୁଲ

ଛତିଶଗଡ଼(ଓଡ଼ିଶା ଭାସ୍କର): ଦିର୍ଘ ୧୦୦ ଘଣ୍ଟାର ଅପରେଶନ ପରେ ବୋରୱେଲ୍ ଭିତରୁ ବାହାରିଛନ୍ତି ରାହୁଲ। ପୁର୍ବରୁ ପ୍ରସ୍ତୁତ ଥିବା ପ୍ରଶାସନ ତାଙ୍କୁ ମେଡିକାଲ ନେଇଯାଇଛି। ୩ ଆମ୍ବୁଲାନ୍ସ ପୂର୍ବରୁ ପ୍ରସ୍ତୁତ ରଖିଥିଲା ପ୍ରଶାସନ। ଗ୍ରୀନ କରିଡର କରି ରାହୁଲକୁ ମେଡିକାଲ ନିଆଯାଇଛି। ଛତିଶଗଡ଼ର ଜାଞ୍ଜଗୀର-ଚାମ୍ପା ଜିଲା ଅନ୍ତର୍ଗତ ପିହରିଦ ଗାଁରେ ନିର୍ମାଣଧୀନ ବୋରୱେଲରେ ୧୧ ବର୍ଷର ରାହୁଲ ଖସି ପଡ଼ିଥିଲା। ରାହୁଲକୁ ଉଦ୍ଧାର ପାଇଁ ଗତ ଚାରି ଦିନ ଧରି ପ୍ରଶାସନ ପ୍ରଚେଷ୍ଟା ଜାରି ରଖିଥିଲା। ସ୍ଥାନୀୟ ପୋଲିସ, ଏନଡିଆରଏଫ ଏବଂ ଏସଡିଆରଏଫର ଯବାନମାନେ ଲଗାତାର ଅକ୍ଳାନ୍ତ ପରିଶ୍ରମ କରି ରାହୁଲଙ୍କ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

ନିଜ ଘର ପରିସରରେ ଖୋଳା ଯାଇଥିବା ବୋରୱେଲରେ ରାହୁଲ ନାମକ ଶିଶୁ ପଡ଼ିଯାଇଥିବା ସୂଚନା ମିଳିବା ପରେ ସ୍ଥାନୀୟ ପ୍ରଶାସନ ଏବଂ ରେସ୍କ୍ୟୁ ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ନିଜେ ରାହୁଲଙ୍କ ପରିବାର ସହ ଆଲୋଚନା କରିଥିଲ। ରେସ୍କ୍ୟୁଟିମ୍ ରାହୁଲକୁ ଲଗାତାର ଭାବେ ପାଇପ ମାଧ୍ୟମରେ ଖାଦ୍ୟ ଓ ଅକ୍ସିଜେନ ସପ୍ଲାଏ କାରୁଥିଲେ।

ତେବେ ଗତକାଲିଠୁ ରାହୁଲ କିଛି ଖାଦ୍ୟ ନଖାଇଥିବା ବେଳେ ତାର ସ୍ୱସ୍ଥ୍ୟବସ୍ଥ ସ୍ଥିର ରହିଛି ଏବଂ ଖାଦ୍ୟ ଖାଇ ନଥିବାରୁ ଟିକେ ଦୁର୍ବଳ ହୋଇଯାଇଛି ବୋଲି ଜିଲ୍ଲାପଳ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ରେସ୍କ୍ୟୁଟିମ ବୋରୱେଲ ଭିତରେ କ୍ୟାମେରା ପୂରାଇ ଶିଶୁ ଉପରେ ନଜର ରଖିଥବା ବେଳେ ଅପରେଶନ ଶେଷ ମୁହୁର୍ତ୍ତରେ ରାହୁଲ ଖାଇବା ମାଗୁଥିବାର ଜିଲ୍ଲାପାଳ ସୂଚନା ଦେଇଥିଲେ। ଗତକାଲି ରାହୁଲକୁ ଉଦ୍ଧାର କାର୍ଯ୍ୟ ଶେଷ ମୁହୁର୍ତରେ ପହଁଚିଲା ବେଳକୁ ମଝିରେ ଏକ ଚଟାଣ ପଡିଥିଲା ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ଅପରେସନ ଚାଲିଥିଲା।

ବୋରୱେଲର ୮୦ ଫୁଟ୍ ତଳକୁ ଖସିଯାଇଥିବା ରାହୁଲକୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଟିମ ଦ୍ୱାରା ବୋରୱେଲଠୁ କିଛି ଦୂରରେ ଏକ ଗାତ ଖୋଳା ଯାଇଛି। ସେହିପରି ପୋକଲେନ ଓ ଡ୍ରିଲିଂ ମେସିନ ସାହାଯ୍ୟରେ ବୋରୱେଲ ନିକଟକୁ ଏକ ସୁଡ଼ଙ୍ଗ କରି ଉଦ୍ଧାର କାର୍ଯ୍ୟ କରାଯାଇଛି।

Get real time updates directly on you device, subscribe now.