fbpx

ଏକ ମାସ ଯାଏ ବନ୍ଦ ହୋଇପାରେ ଶ୍ରୀମନ୍ଦିର !

Advertisement

ପୁରୀ ୨୪ । ୪ (ଓଡିଶା ଭାସ୍କର) : ବନ୍ଦ ହେବ ଶ୍ରୀମନ୍ଦିର । ପୁରୀ ଶ୍ରୀମନ୍ଦିର SOPନେଇ ଶେଷ ହୋଇଛି ବୈଠକ । ଶ୍ରୀମନ୍ଦିର ବନ୍ଦ ନେଇ ସବୁ ସେବାୟତ ନିଯୋଗଙ୍କ ପ୍ରସ୍ତାବ । ୧ ମାସ ଯାଏ ବନ୍ଦ ହେବା ଲାଗି ବୈଠକରେ ଦଆଯାଇଛି ପ୍ରସ୍ତାବ । ଏହି ସମୟରେ ସେବାୟତଙ୍କୁ ଆର୍ଥିକ ସହାୟତା ନେଇ ଦାବି କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ଆଜି ସନ୍ଧ୍ୟା ସୁନ୍ଧା ଅସିପରେ ପରବର୍ତ୍ତି SOP । ଏଥିରେ ଜିଲ୍ଲାପାଳ, ଏସପି ଓ ନିଯୋଗର ସମସ୍ତ ପ୍ରତିନିଧି ଉପସ୍ଥିତ ଥିଲୋ ।

ଅନ୍ୟପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି ୬୬୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୮୫୫ ଓ ସ୍ଥାନୀୟ ଅଞ୍ଚଳରୁ ୨୭୯୨ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ଆଠଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି ।

 

Get real time updates directly on you device, subscribe now.