Breaking: ଭୁବନେଶ୍ୱର ରେଳ ଷ୍ଟେଶନରେ ବାଂଲାଦେଶୀ ଗିରଫ, ବିନା ଭିସାରେ କରୁଥିଲେ ଯାତ୍ରା

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେଶନରୁ ୧୦ ବାଂଲାଦେଶୀଙ୍କୁ ଗିରଫ କରିଛି ପୋଲିସ । ଦିବ୍ରୁଗଡ଼-ଚେନ୍ନାଇ ଏକ୍ସପ୍ରେସ୍ରୁ ବାଂଲାଦେଶୀଙ୍କୁ ଗିରଫ କରିଛି ଏସଟିଏଫ୍ ।

ଏମାନଙ୍କ ନିକଟରେ କୌଣସି ଭିସା କିମ୍ବା ପାସପୋର୍ଟ ନ ଥିବା ଜଣାପଡ଼ିଛି । ବିନା ଭିସା ଓ ପାସପୋର୍ଟରେ ଆସାମରେ ପ୍ରବେଶ କରିଥିବା ସୂଚନା ମିଳିଛି । ଗିରଫ ପରେ ସେମାନଙ୍କ ଯାଞ୍ଚ ଚାଲିଛି ।

ଓଡ଼ିଶାର ଅନେକ ଅଞ୍ଚଳରେ ବାଲାଂଦେଶୀମାନେ ଅନୁପ୍ରବେଶ କରିବା ସହ ପରିବାର ସହ ରହୁଛନ୍ତି । କିଛି ବାଂଲାଦେଶୀ ଫେରି ବେପାର ମଧ୍ୟ କରୁଥିବାର ଦେଖିବାକୁ ମିଳିଛି ।