fbpx

ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ: ୧୦ ପିଲା ଗୁରୁତର

Advertisement

ଦେଗବଡ଼: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ଦେବଗଡ଼ରୁ ଆସିଛି ଏକ ବଡ଼ ଖବର । ସ୍କୁଲରେ ବଜ୍ରପାତ ହେବାରୁ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ତିଲେଇବଣି ବ୍ଲକ ପୁଟୁରାପଣି ୟୁପି ସ୍କୁଲରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି । ସ୍କୁଲରେ ପାଠପଢ଼ା ଚାଲିଥିବା ବଜ୍ରପାତ ହୋଇଥିବା ଜଣାପଡିଛି । ବଜ୍ରପାତରେ ସ୍କୁଲ ଘର ଛାତ କଣା ହୋଇଯାଇଥିବା ସୂଚନା ମିଳିଛି ।

ତେବେ ବଙ୍ଗୋପସାଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ଉତ୍ତରପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୬ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ବର୍ଷାକୁ ନେଇ ପାଣିପାଗ ବିଜ୍ଞାନୀ ଶରତ ସାହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଅବପାତ ଯୋଗୁଁ ବର୍ଷାର ମାତ୍ରା ଅଧିକ ରହିବ । ସାଇକ୍ଲୋନ ଭଳି ଦୃଶ୍ୟମାନ ହେଉଛି । ଗଭୀର ଅବପାତ ହେଲେ ଏଭଳି ସ୍ଥିତି ଊପୁଜିପାରେ । ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଦେଇ ଛତିଶଗଡ଼ ଆଡ଼କୁ ଯିବ । ବାଲେଶ୍ୱର ଦେଇ ବାତ୍ୟା କରିପାରେ ଅତିକ୍ରମ । ଏହା ପ୍ରଭାବରେ ୨୦୦ ମିମି ବର୍ଷା ହେବାର ସମ୍ଭାବନା ରହିଛି । ତୀବ୍ର ଅବପାତ ପରେ ବାତ୍ୟା ସମ୍ଭାବନା ରହୁଛି । ବାତ୍ୟାର ପ୍ରଭାବ ୨ରୁ ୩ ଘଣ୍ଟା ଯାଏଁ ରହିବାର ସମ୍ଭାବନା ରହିଛି । ଆଜି ଓ କାଲି ଉପକୂଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ଓ ଛତିଶଗଡ଼ରେ ଅଧିକ ବର୍ଷା ହେବ ।’

Get real time updates directly on you device, subscribe now.