ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ଯୋଜନା ଅଧିନରେ ଖୋଲାଯାଇଥିବା ୫୧ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ ୧୦ କୋଟିରୁ ଅଧିକ ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଇଛି । ଏନେଇ ଆସିଛି ଏକ ବଡ଼ ଅପଡେଟ୍ । ତେବେ ସେଥିମଧ୍ୟରେ ୫ କୋଟିରୁ ବ୍ୟାଙ୍କ ଆକାଉଣ୍ଟ ମହିଳାଙ୍କ ନାମରେ ରହିଥିବା ବେଳେ ନିଷ୍କ୍ରିୟ ହୋଇସାରିଥିବା ଆକାଉଣ୍ଟରେ ଲୋକଙ୍କର ୧୨,୭୭୯ କୋଟି ଟଙ୍କା ଜମା ହୋଇଥିବା କୁହାଯାଉଛି ।
କିଛିଦିନ ତଳେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ଼ ରାଜ୍ୟସଭାରେ ପିଏମ୍ ଜନଧନ ଯୋଜନାକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେଇଥିଲେ । ସେ କହିଥିଲେ, ଏହି ଯୋଜନାରେ ନିଷ୍କ୍ରିୟ ହୋଇଥିବା ଆକାଉଣ୍ଟର ପ୍ରତିଶତ ବ୍ୟାଙ୍କିଂ କ୍ଷେତ୍ରରେ ମୋଟ ନିଷ୍କ୍ରିୟ ଖାତାର ପ୍ରତିଶତ ସହ ସମାନ । ମୋଟ ୧୦୩.୪ ମିଲିୟନ ନିଷ୍କ୍ରିୟ ଆକାଉଣ୍ଟ ମଧ୍ୟରୁ ୪୯.୩ କୋଟି ମହିଳାଙ୍କ ନାମରେ ରହିଛି ।
ତେବେ ଏହି ଆକାଉଣ୍ଟ ନିଷ୍କ୍ରିୟ ହେବା ପଛରେ ଅନେକ କାରଣ ରହିଛି । ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ସହିତ ଏହାର ସିଧାସଳଖ କୌଣସି ସମ୍ପର୍କ ନାହିଁ । ମାସ ମାସ ଧରି ଆକାଉଣ୍ଟରେ ଟ୍ରାଞ୍ଜାକସନ ନ କରିବା କାରଣରୁ ଏହି ଖାତା ସବୁ ନିଷ୍କ୍ରିୟ ହୋଇଥାଇପାରେ । ଯଦି କୌଣସି ଖାତାରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଗାହକ କୌଣସି ନେଣଦେଣ କରେନାହିଁ, ତେବେ ଚଳନ୍ତି ଖାତାକୁ ନିଷ୍କ୍ରିୟ କରିବା ନେଇ ଆରବିଆଇର ନିୟମ ରହିଛି ବୋଲି ମନ୍ତ୍ରୀ କହିଥିଲେ । ତେବେ ଗ୍ରାହକମାନେ ଚାହିଁଲେ ପୁଣି ଥରେ ସେମାନଙ୍କର ନିଷ୍କ୍ରିୟ ଆକାଉଣ୍ଟକୁ ସକ୍ରିୟ କରାଇ ପାରିବେ ବୋଲି ସେ କହିଥିଲେ ।