ଟନେଲ ଭିତରେ ବିତିଲାଣି ୧୦ ଦିନ, ଏବେବି ମିଳିପାରୁନି ପତ୍ତା

କିପରି ଅଛନ୍ତି ଟନେଲ ଭିତରେ ଫଶି ରହିଥିବା ଶ୍ରମିକ। ୧୦ ଦିନ ହେବ ଟନେଲ ଭିତରେ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ଏବେ ସୁଦ୍ଧା ସେମାନଙ୍କ ପତ୍ତା ପାଉନାହାନ୍ତି।

 ତେଲେଙ୍ଗାନା: ଏବେବି ମିଳୁନି ପତ୍ତା। ତେଲେଙ୍ଗାନା ଟନେଲ ଭୁଷୁଡିବା ଘଟଣା। ଟନେଲ ଭିତରେ ୧୦ ଦିନ ହେବ ଫସି ରହିଛି ୮ ଜଣଙ୍କ ଜୀବନ। ନା ତାଙ୍କର କୌଣସି ଖୋଜ ଖବର ମିଳୁଛି। ନା ତାଙ୍କୁ ପାଖରେ ଉଦ୍ଧାରକାରୀ ଦଳ ପହଞ୍ଚି ପାରୁଛି। କେବଳ ଯାହା ଭଗବାନ ସାହା ଭରସା।

ଉଦ୍ଧାରକାରୀ ଟିମ୍ ମଧ୍ୟ ପ୍ରାଣପଣେ ଲାଗିପଡିଛନ୍ତି ଫସି ରହିଥିବା ଶ୍ରମିକ ଓ ଇଞ୍ଜିନିୟରମାନଙ୍କୁ ଉଦ୍ଧାର କରିବା ପାଇଁ। ହେଲେ ସେମାନେ ଟନେଲ ଭିତରେ କୋଉଠି ଅଛନ୍ତି। ଆଉ କିପରି ଅଛନ୍ତି ତାହାର ସନ୍ଧାନ ମିଳିପାରୁନାହିଁ। ଚାହୁଁ ଚାହୁଁ ଏହା ଭିତରେ ୧୦ ଦିନ ହୋଇଗଲାଣି। ଯାହାକି ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।

ଟନେଲ୍ ଟ୍ରାଜେଡ଼ି: ତେଲେଙ୍ଗାନାର ନଗରକର୍ଣ୍ଣଲ ଜିଲ୍ଲାର ଶ୍ରୀଶୈଳମ ଡ୍ୟାମର ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଘଟଣା। ଟନେଲର ଏକ ଅଂଶ ଧସିବା ଫଳରେ ୮ ଜଣ ଶ୍ରମିକ ମାଟି ତଳେ ଫସି ରହିଛନ୍ତି । ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି । ଟନେଲ ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ୮ ଜଣ ଶ୍ରମିକ ସେହି ଭିତରେ ହିଁ ମାଟି ତଳେ ଫସି ରହିଛନ୍ତି।

ଦିନ ରାତି ଏକ କରି ଉଦ୍ଧାରକାରୀ ଦଳ ସେମାନଙ୍କୁ ଖୋଜାଖୋଜି କରିବାରେ ଲାଗିପଡିଛନ୍ତି ହେଲେ କୌଣସି ସୁଫଳ ମିଳିପାରୁନାହିଁ। ଚିନ୍ତାର ବିଷୟ ଏହା କି ଟନେଲ ଭିତରେ ୧୧ରୁ ୧୩ କିମି ବାଟ ପାଣିରେ ଭରି ରହିଛି। ଏହାସହ କାଦୁଅ ମଧ୍ୟ ବାଧକ ସାଜୁଛି।

ଉଦ୍ଧାରକାର୍ଯ୍ୟ ଜାରି: ଯଦି ଦେଖିବା ଏହି ଅଘଟଣ ଫେବୃଆରୀ ୨୨ ତାରିଖରୁ ଘଟିଲାଣି। ନିର୍ମାଣଧୀନ ଛାତ ଭୁଷୁଡି ପଡିବାରୁ କିଛି ଶ୍ରମିକ ନିଜ ଜୀବନ ବଞ୍ଚାଇ ସେଠାରୁ ଫେରି ଆସିଥିଲେ। ଯେଉଁମାନେ ନିକଟରେ ଥିଲେ ସେମାନେ ବାହରକୁ ଆସିବାରେ ସଫଳ ହେଲେ।

କିନ୍ତୁ ଯେଉଁମାନେ ଭିତରକୁ ଚାଲିଯାଇଥିଲେ। ଛାତ ଭୁଷୁଡିବା କାରଣରୁ ଆଉ ବାହାରକୁ ଆସିପାରିଲେ ନାହିଁ। ତେଣୁ ସେମାନଙ୍କୁ ୧୦ ଦିନ ହେବ ଖୋଜାଖୋଜି ପ୍ରକ୍ରିୟା ଜାରି ରହିଛି। ଉଦ୍ଧାରକାର୍ଯ୍ୟରେ ୭୦୦ରୁ ଅଧିକ କର୍ମୀ ନିୟୋଜିତ ରହିଛନ୍ତି। ହେଲେ ସବୁ ଚେଷ୍ଟା ବିଫଳ ହେଉଛି।