fbpx

ହୀରାକୁଦରେ ଖୋଲିଲା ୧୦ଟି ଗେଟ : ୧୬ଟି ଗେଟ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ

ସମ୍ବଲପୁର : ପୁଣି ହୀରାକୁଦ ଡ୍ୟାମର ଗେଟ ଖୋଲିଲା । ଆଜି ସକାଳ ସମୟରେ ୬ଟି ଖୋଲିଥିବା ବେଳେ, ପୁଣି ଡ୍ୟାମର ୧୦ ଟି ଗେଟ ଖୋଲା ଯାଇଛି । ଉପର ମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାକୁ ଲାଗିଛି । ଏନେଇ ଡ୍ୟାମର ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ୧୬ଟି ଗେଟ ଦେଇ ବର୍ଷା ଜଳ ନିଷ୍କାସିତ ହେଉଛି ବୋଲି ସୂଚନା ମିଳିଛି ।

ସକାଳ ସମୟରେ ମୋଟ ୬ଟି ଗେଟ ଖୋଲା ଯାଇଥିଲା । ବାମ ପାଶ୍ୱର୍ରେ ୪ଟି ଓ ଡାହାଣ ପାଶ୍ୱର୍ରେ ୨ ଟି ଗେଟ ଦେଇ ବର୍ଷା ଜଳ ନିଷ୍କାସନ ହେଉଥିଲା । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୫୮ ହଜାର ୮୯୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୮ ହଜାର ୧୬୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୯.୧୦ ଫୁଟ ରହିଛି ।

ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଏପରି ନିଷ୍ପତି ନିଆଯାଇଛି । ରାଜ୍ୟରେ ବନ୍ୟାର ସ୍ଥିତି ନାହିଁ ବୋଲି ଗତ ୧୭ ତାରିଖରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଥିଲେ ।

Get real time updates directly on you device, subscribe now.