କୋରାପୁଟ: ସକାଳୁ ସକାଳୁ ଗଞ୍ଜେଇ ଜବତ ଖବର ସାମ୍ନାକୁ ଆସିଛି। କୋରାପୁଟରୁ ରାଜସ୍ଥାନକୁ ଚାଲାଣ ହେଉଥିଲା ଗଞ୍ଜେଇ। ଯାଞ୍ଚ ସମୟରେ ଟ୍ରକରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି।
ସୂଚନାନୁଯାୟୀ, ଏହି ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଟ୍ରକ୍ ଚାଳକକୁ ପାଡୁଆ ପୋଲିସ ଗିରଫ କରିଛି। ଅନ୍ୟ ଜଣେ ଫେରାରକୁ ଧରିବାକୁ ପୋଲିସର ଉଦ୍ୟମ ଜାରି ରହିଛି।