CHARIDHAM

ବଢିବ ବାୟୁସେନାର ଶକ୍ତି , ସାମିଲ ହେବ ୧୦ଟି ନୂତନ ଲଢ଼ୁଆ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ 28/3 : ଏବେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ହେବ ୧୦ଟି ନୂତନ ଲଢ଼ୁଆ ରାଫେଲ ଯୁଦ୍ଧ ବିମାନ ସେନାରେ ସାମିଲ ହେବ। ଏହା ସହିତ ୧୦ ନୂଆ ବିମାନର ବାୟୁସେନା ସାମିଲ ହେବା ପରେ ବାୟୁସେନାର ଦ୍ୱିତୀୟ ରାଫେଲ ସ୍କାର୍ଡନ ମଧ୍ୟ ଗଠିତ ହେବ। ୧୦ଟି ନୂତନ ରାଫେଲ ସାମିଲ ହେବାପରେ ଭାରତୀୟ ବାୟୁସେନାରେ ରାଫେଲର ସଂଖ୍ୟା ୨୧କୁ ବୃଦ୍ଧି ପାଇବ। ବର୍ତ୍ତମାନ ବାୟୁସେନା ନିକଟରେ ରହିଥିବା ୧୧ଟି ରାଫେଲ ଅମ୍ବାଲାର ୧୭ ସ୍କାର୍ଡନରେ ସାମିଲ ଅଛନ୍ତି।