fbpx

ରାଜ୍ୟର ୧୦ ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ୧୦ଜଣ ସଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟର ୧୦ ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ୧୦ଜଣ ସଚିବଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ସଚିବ ଭାବେ ରାଜ୍ୟର ସଚିବସ୍ତରୀୟ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୦ ଆକାଂକ୍ଷା ଜିଲ୍ଲା ପାଇଁ ଯେଉଁ ୧୦ ସଚିବଙ୍କୁ ପ୍ରଭାରୀ ନିଯୁକ୍ତି ମିଳିଛି ସେମାନେ ହେଲେ- ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ (କଳାହାଣ୍ଡି), ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ (ବଲାଙ୍ଗିର), ପଂଚାୟତିରାଜ ସଚିବ ଅଶୋକ କୁମାର ମୀନା (କନ୍ଧମାଳ), ଅନୁସୂଚିତ ଜାତି ଓ ଜନଜାତି ସଚିବ ରଞ୍ଜନା ଚୋପ୍ରା (ଢେଙ୍କାନାଳ), ରାଜସ୍ୱ ଓ ବିର୍ଯ୍ୟୟ ସଚିବ ବିଷ୍ଣୁଦ ସେଠୀ (କୋରାପୁଟ), ଜଳସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠ (ରାୟଗଡ଼ା), ହସ୍ତତନ୍ତ ଓ ବୟନଶିଳ୍ପ ସଚିବ ଶୁଭା ଶର୍ମା (ଗଜପତି), ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ (ନବରଙ୍ଗପୁର), ପର୍ଯ୍ୟଟନ ସଚିବ ସଚିନ ରାମଚନ୍ଦ୍ର ଯାଦବ (ନୂଆପଡ଼ା), ମତ୍ସ୍ୟ ଓ ପଶୁସମ୍ପଦ ସଚିବ ଆର ରଘ୍ରୁସାଦ (ମାଲକାନଗିରି) । ଏହି ସଚିବମାନେ ଆକାଂକ୍ଷା ଜିଲ୍ଲାର ୫ଟି କ୍ଷେତ୍ର ଯଥା- ସ୍ୱାସ୍ଥ୍ୟ ଓ ପୃଷ୍ଟିକର, ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଗତିବିଧି , ଦକ୍ଷତା ବିକାଶ ଓ ମୌଳିକ ଭିତ୍ତିଭୂମିର ୪୯ଟି ପ୍ରମୁଖ ପ୍ରଦର୍ଶନ ଦିଗ ଉପରେ ଆକ୍ସନ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟସ୍ତରୀୟ କମିଟି ଆଗରେ ଉପସ୍ଥାପନ କରିବେ ।

Get real time updates directly on you device, subscribe now.