ଭୁବନେଶ୍ୱର: ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ତାଙ୍କ ଶରୀରକୁ ଠିକ ଭାବରେ ସମୟ ଦେଇପାରୁ ନାହାନ୍ତି। ନା ସଠିକ ସମୟରେ ଖାଉଛନ୍ତି ନା ସଠିକ ସମୟରେ ଶୋଉଛନ୍ତି। ଯାହାର କାରଣ ବଶତଃ ଶରୀରରେ ଉପରେ ଏହାର କୁପ୍ରଭାବ ପଡୁଛି । ଯେଉଁ ପର୍ଯ୍ୟନ୍ତ ଶରୀରରେ କୌଣସି ସମସ୍ୟା ଉପୁଜି ନଥାଏ ସେ ପର୍ଯ୍ୟନ୍ତ ଆମେ ଏହି ଅଙ୍ଗ ମାନଙ୍କ ପ୍ରତି ଅଧିକ ଧ୍ୟାନ ଦେଇନଥାଉ । ଏହା ଭିତରେ ଏକ ଅଙ୍ଗ ହେଉଛି କିଡନୀ ଯାହାର କାମ ହେଉଛି ରକ୍ତକୁ ପରିଷ୍କାର କରିବା, ମଇଳା ବାହାର କରିବା ଏବଂ ପରିସ୍ରା ତିଆରି କରିବା। କିଡନୀ ଆପଣଙ୍କ ମେରୁଦଣ୍ଡର ଉଭୟ ପାର୍ଶ୍ୱରେ ଅବସ୍ଥିତ ଏବଂ ନିମ୍ନ ପଞ୍ଜରା ଦ୍ୱାରା ଆଂଶିକ ଭାବରେ ସୁରକ୍ଷିତ। କିଡନୀ ହେଉଛି ପରିସ୍ରା ନଳୀର ଏକ ଅଂଶ ଏବଂ ଏଥିରେ ମୂତ୍ରନଳୀ, ମୂତ୍ରାଶୟ ମଧ୍ୟ ଅନ୍ତର୍ଭୁକ୍ତ।
ହେଲେ ଯେତେବେଳେ ସେମାନଙ୍କ ମଧ୍ୟରେ କୌଣସି ସମସ୍ୟା ହୁଏ, ସମଗ୍ର ଶରୀର ଏହାର ପ୍ରଭାବ ଅନୁଭବ କରିବାକୁ ଆରମ୍ଭ କରେ। ‘କିଡନୀ’ ଶରୀରରେ ଏକ ଫିଲ୍ଟର ପରି କାମ କରେ। ଏହା ରକ୍ତକୁ ସଫା କରେ ଏବଂ ବିଷାକ୍ତ ଉପାଦାନଗୁଡ଼ିକୁ ବାହାର କରେ। କିନ୍ତୁ ଯେତେବେଳେ କିଡନୀ ଦୁର୍ବଳ ହୋଇଯାଏ, ଏହାର ପ୍ରଭାବ କେବଳ ପେଟ କିମ୍ବା ପରିସ୍ରା ପର୍ଯ୍ୟନ୍ତ ସୀମିତ ନଥାଏ, ବରଂ ଏହା ଆପଣଙ୍କ ପାଦରେ ମଧ୍ୟ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୁଏ।
କହିବାକୁ ଗଲେ ଏହା ଆପଣଙ୍କ ଶରୀରରେ ସାଇଲେଣ୍ଟ କିଲର୍ଭଳି କାମ କରେ। କାରଣ ଏହାର ପ୍ରାରମ୍ଭିକ ଲକ୍ଷଣ ଏତେ ଛୋଟ ଯେ ଲୋକମାନେ ଏହାକୁ ସାଧାରଣ ଥକ୍କାପଣ କିମ୍ବା ବୟସ ସମ୍ବନ୍ଧୀୟ କୌଣସି ସମସ୍ୟା ବୋଲି ଭାବନ୍ତି ଆଉ ଅଣଦେଖା କରନ୍ତି। କିନ୍ତୁ ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରାଯାଏ, ତେବେ ରୋଗ ଏକ ଗମ୍ଭୀର ରୂପ ନେଇପାରେ। କିଡନୀ ଫେଲ୍ୟୁଅର ହେଲେ, ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଆରମ୍ଭ ହୁଏ ଆଜି ଆମେ ଏଭଳି କିଛି ଲକ୍ଷଣ ବିଷୟରେ ଜାଣିବା ।
ଯଦି ଆପଣଙ୍କ ପାଦ ହଠାତ୍ ଫୁଲିଯାଏ, ବିଶେଷକରି ଗୋଇଠି ଏବଂ ଆଙ୍ଗୁଠିରେ। ଏହାର କୌଣସି ସିଧାସଳଖ କାରଣ ନାହିଁ, ତେବେ ଏହା କିଡନୀ ଫେଲର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ସୁସ୍ଥ କିଡନୀ ଶରୀରରୁ ଅତିରିକ୍ତ ପାଣି ଏବଂ ସୋଡିୟମ ବାହାର କରିଦିଏ, କିନ୍ତୁ ଯେତେବେଳେ ଏହା ଠିକ୍ ଭାବରେ କାମ କରେ ନାହିଁ, ଏହି ତରଳ ପଦାର୍ଥ ଶରୀରରେ ଜମା ହେବା ଆରମ୍ଭ କରେ। କିଡନୀ ସଂକ୍ରମଣ ଯେକୌଣସି ବୟସରେ ହୋଇପାରେ, କିନ୍ତୁ ଏହା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। କାରଣ ମହିଳାଙ୍କର ମୂତ୍ରନଳୀ ଛୋଟ ଥାଏ, ଯାହା ଦ୍ଵାରା ଜୀବାଣୁ କିଡନୀ ପର୍ଯ୍ୟନ୍ତ ପହଞ୍ଚିବା ସହଜ ହୋଇଥାଏ ।
ଗବେଷଣାରେ ଦେଖାଯାଇଛି ଯେ ଯେତେବେଳେ କିଡନୀ ଠିକ୍ ଭାବରେ କାମ କରେ ନାହିଁ, ପାଦ ଏବଂ ଆଙ୍ଗୁଠିର ରଙ୍ଗ ପରିବର୍ତ୍ତନ ହେବା ଆରମ୍ଭ କରେ। ଚର୍ମ ହଳଦିଆ ହୋଇପାରେ କିମ୍ବା ପାଦରେ କଳା ଦାଗ ଦେଖାଯାଇପାରେ। ଏହାର କାରଣ ହେଉଛି ଯେ ଯେତେବେଳେ କିଡନୀ ବିଷାକ୍ତ ଉପାଦାନଗୁଡ଼ିକୁ ଠିକ୍ ଭାବରେ ବାହାର କରିପାରେ ନାହିଁ, ସେଗୁଡ଼ିକ ରକ୍ତରେ ଜମା ହେବା ଆରମ୍ଭ କରେ। ଏହା ଶରୀରର ବିଭିନ୍ନ ଅଂଶକୁ ପ୍ରଭାବିତ କରେ, ବିଶେଷକରି ପାଦ ଚର୍ମକୁ। ରକ୍ତ ସଞ୍ଚାଳନ ମଧ୍ୟ ଧୀର ହୋଇଯାଏ, ଯାହା ଫଳରେ ଚର୍ମର ରଙ୍ଗ ସ୍ୱାଭାବିକ ରହେନାହିଁ ।
ସେହି ସମୟରେ, ବିନା କାରଣରେ ପାଦରେ କୁଣ୍ଡେଇ ହେବା ମଧ୍ୟ ବିପଦର ସଙ୍କେତ। ବାହାରକୁ ନ ଆସିବା ଯୋଗୁଁ, ବିଷାକ୍ତ ପଦାର୍ଥ ଧୀରେ ଧୀରେ ଚର୍ମ ତଳେ ଜମା ହେବା ଆରମ୍ଭ କରେ।
ଏହା ବ୍ୟତୀତ, ପାଦ ଝିମଝିମ୍ ହେବା ମଧ୍ୟ ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ ଗୋଟିଏ। ଅନେକ ଲୋକ ଏହାକୁ ଦୁର୍ବଳତା କିମ୍ବା ସ୍ନାୟୁ ସମସ୍ୟା ଭାବି ଏହାକୁ ଅଣଦେଖା କରନ୍ତି, କିନ୍ତୁ ଯଦି ଏହା ଲଗାତାର ଘଟୁଛି, ତେବେ ଏହାର କାରଣ କିଡନୀ ସହିତ ମଧ୍ୟ ଜଡିତ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ କେଉଁ ଖାଦ୍ୟ ନ ଖାଇବା ଜରୁରୀ।
ମିଠା , କାର୍ବୋହାଇଡ୍ରେଟ୍, ସୋଡ଼ା, ମଦ୍ୟପାନକୁ ଏଡାଇ ଦିଅନ୍ତୁ। ଏହା ସହିତ ମସଲାଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରହିବା ଅତ୍ୟନ୍ତ ଜରୁରୀ । ସାଇଟ୍ରସ୍ ଫଳ ଯେପରି କିଛି ଫଳ ଅତ୍ୟନ୍ତ ଏସିଡିକ୍, କମଳା, ଲେମ୍ବୁ, ଏବଂ ଅଙ୍ଗୁର ଏଡାଇ ଦିଅନ୍ତୁ। ସେହିଭଳି ପ୍ରଚୁର ପାଣି ପିଇବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କଫି ଏବଂ ଅନ୍ୟାନ୍ୟ କ୍ୟାଫିନଯୁକ୍ତ ପାନୀୟ ଠାରୁ ଦୂରେଇ ରହିବା ନିହାତି ଜରୁରୀ ।