କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୧୦ ଶ୍ରମିକ ଜୀବନ୍ତ ଦଗ୍ଧ
ନିଆଁ ଲିଭାଇବା ପାଇଁ ୧୧ଟି ଦମକଳ ଗାଡ଼ି ନିୟୋଜିତ।
ତେଲେଙ୍ଗାନା: କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ଜିଅନ୍ତା ଜଲିଗଲେ ୧୦ ଜଣ ଶ୍ରମିକ। ରଙ୍ଗାରେଡ୍ଡୀରେ ଥିବା ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ନିଆଁ ଲିଭାଇବା ପାଇଁ ୧୧ଟି ଦମକଳ ଗାଡ଼ି ନିୟୋଜିତ।
ସୋମବାର ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପାସମାଇଲାରାମ ଫେଜ୍ ୧ ଅଞ୍ଚଳରେ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୧୨ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ୧୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଦେଇଛି। ତେଲେଙ୍ଗାନା ଅଗ୍ନିଶମ ଅଧିକାରୀମାନେ କହିଛନ୍ତି, “ଘଟଣାଟି ସିଗାଚି ଫାର୍ମା କମ୍ପାନୀ, ପାସମାଇଲାରାମ ଫେଜ୍ ୧ରେ ଘଟିଛି।
୧୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ପ୍ରାୟ ୧୫-୨୦ ଜଣ ଆହତ ହୋଇଛନ୍ତି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।”
ଏହି ସମୟରେ, ପ୍ରଶାସନ ଉଦ୍ଧାର କାର୍ଯ୍ୟ ଚଳାଇଛି, ଏବଂ ଏପର୍ଯ୍ୟନ୍ତ ସେମାନେ ଘଟଣାସ୍ଥଳରୁ ୧୦ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।