fbpx

ରେଷ୍ଟୁରାଣ୍ଟରେ ପତଳା ଲୋକଙ୍କୁ ମିଳୁଛି ୧୦୦% ଡିସ୍‌କାଉଣ୍ଟ, ଆପଣଙ୍କୁ ଏଥିପାଇଁ କେବଳ ଏହି କାମ କରିବାକୁ ହେବ

ଓଡ଼ିଶା ଭାସ୍କର:ବିଶ୍ୱର ବିଭିନ୍ନ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ଏକାଧିକ ଆକର୍ଷଣୀୟ ଅଫର ଦିଆଯାଉଛି । ଏହି କ୍ରମରେ ଚୀନ୍‌ର ଏକ ରେଷ୍ଟୁରାଣ୍ଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି ରେଷ୍ଟୁରାଣ୍ଟର ଅଫର ବିଷୟରେ ଜାଣିଲେ ଆପଣ ବି ନିଜକୁ ବିଶ୍ୱାସ କରିପାରିବେ ନାହିଁ । ଆପଣ ଯେତେ ଅଧିକ ପତଳା ହେବେ ଆପଣଙ୍କୁ ଏହି ରେଷ୍ଟୁରାଣ୍ଟରେ ସେତେ ଅଧିକ ଡିସକାଉଣ୍ଟ ମିଳିବ ।

ତେବେ ଆପଣଙ୍କୁ ଏଥିପାଇଁ କେବଳ ଗୋଟିଏ କାମ କରିବାକୁ ହେବ । ତାହା ହେଉଛି ଆପଣଙ୍କୁ ଏହି ରେଷ୍ଟୁରାଣ୍ଟରେ ପାଖାପାଖି ଲାଗିଥିବା ଆଇରନ୍ ରଡ୍ ମଝିରେ ଗଳି ଯିବାକୁ ହେବ । ଏହି ଆଇରନ ରଡ୍‌ର ପ୍ରଥମ ଭାଗ ଅତିକ୍ରମ କଲେ ଆପଣଙ୍କୁ ୫% ରିହାତି ମିଳିବ । ଯେତେ ଯେତେ ଆପଣ ଆଗକୁ ଗତି କରିବେ ସେତେ ସେତେ ରଡ୍ ମଧ୍ୟରେ ଦୂରତା କମିଯିବ । ଆପଣ ଯଦି ଏହାର ଶେଷ ଭାଗରେ ଥିବା ରଡ୍‌କୁ ଅତିକ୍ରମି ଯିବେ ତେବେ ଆପଣଙ୍କୁ ୧୦୦% ରିହାତି ମିଳିବ ।

Get real time updates directly on you device, subscribe now.