fbpx

ବୁଢ଼ା କାଳେ ରାସଲୀଳା: ନାବାଳିକାକୁ ଯୌନଶୋଷଣ କରିବା ଅଭିଯୋଗରେ ୧୦୨ ବର୍ଷର ବୃଦ୍ଧଙ୍କୁ ୧୫ ବର୍ଷ କାରାଦଣ୍ଡ

ତିରୁବଲ୍ଲୁର: ତାମିଲନାଡ଼ୁ ତିରୁବଲ୍ଲୁରରେ ନାବାଳିକାକୁ ଯୌନଶୋଷଣ କରିବା ଅଭିଯୋଗରେ ଜଣେ ବୃଦ୍ଧଙ୍କୁ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହି ଘଟଣା ୪ ବର୍ଷ ପୂର୍ବେ ଘଟିଥିବା ବେଳେ କୋର୍ଟ ଏବେ ଏହାର ଶୁଣାଣି କରିଛନ୍ତି । ନାବାଳିକାର ଯୌନ ଶୋଷଣ କରିବା ଅଭିଯୋଗରେ ୧୦୨ ବର୍ଷର ବୃଦ୍ଧ ପରଶୁରାମନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ କୋର୍ଟ ତାଙ୍କୁ ୧୫ ବର୍ଷ କାରାଦଣ୍ଡର ଶୁଣାଣି ଶୁଣାଇଛନ୍ତି ।

କୋର୍ଟ ନିଜ ଆଦେଶରେ କହିଛନ୍ତି ଯେ, ଦୋଷୀଙ୍କୁ ୧୦ ବର୍ଷ କଠୋର ଦଣ୍ଡ ଓ ୫ ବର୍ଷ ସାଧାରଣ ଦଣ୍ଡ ଦିଆଯିବ । ଅଭିଯୁକ୍ତ ୨୦୧୮ରେ ଜଣେ ନାବାଳିକା ଝିଅର ଯୌନ ଶୋଷଣ କରିଥିଲା । ତିରୁବଲ୍ଲୁରର ମହିଳା କୋର୍ଟ ପୀଡିତା ନାବାଳିକାଙ୍କୁ ୪୫ ହଜାର ଟଙ୍କା କ୍ଷତିପୂରଣ ଦେବା ଓ ୫ ହଜାର ଟଙ୍କା ଫାଇନ୍ ଭରିବାକୁ ଅଭିଯୁକ୍ତକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.