fbpx

ବଢିଲା ୧୦ମ ଫର୍ମପୂରଣ ଅବଧି

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ମାଟ୍ରିକ ଫର୍ମପୂରଣ ଅବଧି ବଢାଇଛନ୍ତି ରାଜ୍ୟ ସରକାର । ମାଟ୍ରିକ୍ ପିଲାଙ୍କ ଫର୍ମପୂରଣ ଅବଧି ୧୦ ଫେବ୍ରୁଆରୀ ଯାଏଁ ବୃଦ୍ଧି ପାଇଛି । ପୂର୍ବରୁ ଫର୍ମପୂରଣର ଅବଧି ଫେବ୍ରୁଆରୀ ୨ ମଧ୍ୟରାତ୍ରି ଯାଏଁ ଥିଲା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷା ଫର୍ମପୂରଣ ଅବଧି ବୃଦ୍ଧି ହୋଇଛି ।

ତେବେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ । ଅନ୍ୟ ସ୍କୁଲକୁ ଯାଇ ପରୀକ୍ଷା ଦେବାକୁ ଆଉ ପଡ଼ିବ ନାହିଁ । ଅନ୍ୟ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ପରୀକ୍ଷା ନିରୀକ୍ଷକ ଭାବେ ଉକ୍ତ ସ୍କୁଲ ମାନଙ୍କରେ କାର୍ଯ୍ୟ କରିବେ । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏହା ସହ ଆସନ୍ତା ମେ ୩ରୁ ୧୫ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ଓ ଛାତ୍ରଛାତ୍ରୀମାନେ ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ଦେବେ । ସେଥିମଧ୍ୟରେ ୫୦ ନମ୍ବର ଅବଜେକଟିଭ୍ ଓ ୩୦ ନମ୍ବର ସବଜେକଟିଭ୍ ରହିବ । ମାତ୍ର ପରୀକ୍ଷା ଫଳ ପ୍ରକାଶ ସମୟରେ ୧୦୦ ନମ୍ବରରୁ ମୂଲ୍ୟାଙ୍କନ କରାଯିବ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ସମୟ ଦିଆଯିବ । ସକାଳ ୮ଟାରୁ ୧୦ଟା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ।

Get real time updates directly on you device, subscribe now.