fbpx

ନକ୍ସଲଙ୍କ ବଡ଼ଧରଣର ବିସ୍ଫୋରଣ: ୧୧ ଯବାନ ସହିଦ, ଗତ ୨୦ରେ ୫ ଜଣ ସହିଦ ହୋଇଥିଲେ

ନୂଆଦିଲ୍ଲୀ: ଗତ ୨୦ ତରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ସେହି ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ପ୍ରାଣ ହରାଇଥିଲେ । ତେବେ ୫ ଯବାନଙ୍କ ମୃତ୍ୟୁର ଦୁଃଖ ଦେଶବାସୀଙ୍କ ମନରୁ ନ ଲିଭୁଣୁ ଆଜି ପୁଣି ଆସିଛି ଏକ ବଡ଼ ଦୁଃଖ ଖବର । ଆଜି ନକ୍ସଲବାଦୀଙ୍କ ଆକ୍ରମଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି ।

ସୂଚନା ମୁତାବକ, ଆଜି ଛତିଶଗଡ଼ର ଦାନ୍ତେୱାଡ଼ାରେ ନକ୍ସଲମାନେ ଏକ ବଡ଼ ଧରଣର ହମଲା କରିଥିଲେ । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ନକ୍ସଲମାନେ ଅପ୍ରତ୍ୟାଶିତ ବିସ୍ଫୋରକ ସାମଗ୍ରୀ (ଆଇଇଡି) ମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ୧୧ ଜଣ ଯବାନ ମୃତ୍ୟୁବରଣ କରିଥିଲେ । ତେବେ ଏହି ଘଟଣା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରତିକ୍ରିୟା ରଖିଛନ୍ତି । ନକ୍ସଲଙ୍କୁ ଛଡ଼ାଯିବନି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ତେବେ ଏବେ ବି ଛତିଶଗଡ଼ର ଦାନ୍ତେୱାଡ଼ାଠାରେ ନକ୍ସଲବାଦୀ-ଯବାନଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମଗାଯାଇଛି । ଆଜି ଯବାନମାନେ ଅପରେସନ ପାଇଁ ବାହାରିଥିଲେ । ତେବେ ଏହି ସମୟରେ ଅରନପୁର ନିକଟସ୍ଥ ପାଲନାର ଅଞ୍ଚଳରେ ଯବାନଙ୍କ ଗାଡ଼ି ଉପରକୁ ନକ୍ସଲମାନେ ଅଚାନକ ଆଇଇଡି ମାଡ଼ କରିଥିଲେ । ତେବେ ଏହି ଆକ୍ରମଣ ଖବର ପାଇ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଯାଇଛି । ଯବାନମାନେ ନକ୍ସଲପ୍ରବଣ ଅଞ୍ଚଳରେ ପ୍ରବେଶ କରିବା ପରେ ନକ୍ସଲମାନେ ପୁରୁଣା ଷ୍ଟାଇଲରେ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.