ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ରିଲ୍ସ ଏବଂ ସାଙ୍ଗସାଥିକୁ ଦେଖାଇବା ପାଇଁ ଲୋକେ ଏଭଳି କରନ୍ତି ଯେ, ପରବର୍ତ୍ତୀ ସମୟରେ ସେମାନେ ବୋକା ବୋଲି ପ୍ରମାଣିତ ହୁଅନ୍ତି । ତେବେ ତେଲାଙ୍ଗାନାର ହାଇଦ୍ରାବାଦରୁ ଏଭଳି ଏକ ଖବର ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପୁରି ଖାଇ ଜଣେ 11 ବର୍ଷୀୟ ଛୁଆର ମୃତ୍ୟୁ ହୋଇଛି । ସ୍କୁଲକୁ ଲଞ୍ଚ ନେଇ ଯାଇଥିବା ବେଳେ 3ଟି ପୁରି ଏକାସଙ୍ଗେ ଖାଇବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଟାକ ଆସିବା କାରଣରୁ ତାଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ନାବାଳକ ଛାତ୍ରର ବାପା ପୋଲିସକୁ କହିଛନ୍ତି ଯେ, ପ୍ରଥମେ ସ୍କୁଲ ପକ୍ଷରୁ ତାଙ୍କୁ ଫୋନ୍ ଆସିଥିଲା । ଛୁଆ 3ଟି ପୁରି ଏକାସଙ୍ଗେ ଖାଇଦେବା କାରଣରୁ ନିଶ୍ବାସରେ ସମସ୍ୟା ହେଉଛି । ତେବେ ଛାତ୍ରଙ୍କୁ ଶୀଙ୍କ ଉଦ୍ଧାର କରି ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରୁ ଏକ ସୁପର ସ୍ପେସାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଯାଞ୍ଚ ପରେ ମୃତ ଘୋଷିଣା କରିଥିଲେ । ଶରୀରରେ ଅନେକ ପାଇପ ବ୍ଲକ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବା ବାଜି ପାଇଁ ଅନେକ ଜୀବନ ଯାଉଥିବା ଖବର ସାମ୍ନାକୁ ଆସୁଥିବା ବେଳେ ଏହି ଖବର ସମସ୍ତଙ୍କୁ ଚକିତ କରିଛି ।