CHARIDHAM

୧୨ଟି ଆମ୍ବର ମୂଲ୍ୟ ୧.୨ ଲକ୍ଷ ଟଙ୍କା; ଜାଣନ୍ତୁ କାହିଁକି

୧୨ଟି ଆମ୍ବର ମୂଲ୍ୟ ୧.୨ ଲକ୍ଷ ଟଙ୍କା । ଅବିଶ୍ୱାସ ହେଉଥିଲେ ହେଁ ଜାମସେଦପୁରରେ ଘଟିଛି ଏହି ଘଟଣା । ପାଠ ପଢିବା ପାଇଁ ସମ୍ବଳ ନଥିବା ୧୧ ବର୍ଷର ଏହି ଝିଅଟି ୧୨ଟି ଆମ୍ବକୁ ୧.୨ ଲକ୍ଷ ଟଙ୍କାରେ ବିକିଛି । ୧୧ ବର୍ଷର ଝିଅ ତୁଳସୀ ଅନଲାଇନରେ କ୍ଲାସ ପାଇଁ ମୋବାଇଲ୍ କିଣିବାକୁ ଆମ୍ବ ବିକୁଥିଲେ । ଏହି ସମୟରେ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କଠାରୁ ୧୨ଟି ଆମ୍ବ କିଣି ୧.୨ ଲକ୍ଷ ଟଙ୍କା ଦେଇଥିଲେ ଯାହାଦ୍ୱାରା ତୁଳସୀ ମୋବାଇଲ ଫୋନରେ ହେଉଥିବା ଅନଲାଇନ କ୍ଲାସ କରିପାରିବେ । ପଢନ୍ତୁ ପୁରା ଘଟଣା…

କରୋନା ଭାଙ୍ଗିଦେଇଛି ଗରିବ ଶ୍ରେଣୀର ଲୋକଙ୍କ ଆର୍ଥିକ ମେରୁଦଣ୍ଡ । କରୋନା ଯୋଗୁଁ ବିଭିନ୍ନ ରାଜ୍ୟରେ ଲକଡାଉନ ସଟଡାଉନ ଭଳି କଟକଣା ଲଗାଯାଇଛି । ଫଳରେ କାମ ନପାଇ ଅସୁବିଧାରେ ଦିନ କାଟୁଛନ୍ତି ଗରିବ ଲୋକ । ଏହିଭଳି ପରିସ୍ଥିତିରେ ପିଲାଙ୍କ ପଠପଢ଼ା ମଧ୍ୟ ବ୍ୟାଘାତ ହୋଇଛି । ଝାଡଖଣ୍ଡ ଜାମସେଦପୁରରୁ ଆସିଛି ଏକ ଭଲ ଖବର ଯେଉଁଠାରେ ଅମୀୟ ହେତେ ୮ ବର୍ଷର ଝିଅ ତୁଳସୀକୁ ସାହାଯ୍ୟ କରିଛନ୍ତି ଫଳରେ ସେ ତା’ର ଅନଲାଇନ କ୍ଲାସ କରିପାରିବ । ତୁୁଳସୀ ବର୍ତ୍ତମାନ ଏକ ସରକାରୀ ସ୍କୁଲରେ ୫ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ।

ଘଟଣା ଅନୁଯାୟୀ କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବା କାରଣରୁ ଅନଲାଇନରେ ପାଠ ପଢ଼ାଉଛନ୍ତି ଶିକ୍ଷକ । କିନ୍ତୁ ତୁଳସୀଙ୍କ ପାଖରେ ସ୍ମାର୍ଟଫୋନ ନଥିବା କାରଣରୁ ସେ ଅନଲାଇନରେ କ୍ଲାସ କରିପାରୁନାହାଁନ୍ତି । ଫଳରେ ସେ ତାଙ୍କର ଶିକ୍ଷା କରିପାରୁନାହଁନ୍ତି । ତେବେ ଭ୍ୟାଲୁଏବଲ୍ ଏଡୁଟେନମେଣ୍ଟ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅମୀୟ ହେତେ ଏହି ସଂପର୍କରେ ଜାଣିବା ପରେ ସେ ତୁଳସୀଙ୍କୁ ସାହାଯ୍ୟ କରିଛନ୍ତି ଏବଂ ତୁଳସୀ ଠାରୁ ଆମ୍ବ କିଣିବା ସହ ତାଙ୍କୁ ୧.୨ ଲକ୍ଷ ଟଙ୍କା ଦେଇଥିଲେ ଏହା ସହ ଏକ ସ୍ମାର୍ଟଫୋନ ମଧ୍ୟ ଦେବା ସହ ଏଥିରେ ୨ ବର୍ଷ ପାଇଁ ଇଣ୍ଟରନେଟ ମଧ୍ୟ ଦେଇଛନ୍ତି । ଏହାକୁ ନେଇ ତୁଳସୀଙ୍କ ପରିବାର ଲୋକ କହିଛନ୍ତି ଅମୀୟ ତାଙ୍କ ପାଇଁ ଭଗବାନ । ଏହା ସହ ସେ ଅମୀୟଙ୍କୁ ଧନ୍ୟବାଦ ଦେଇଛନ୍ତି ।

କରୋନା ଭାଇରସ ଯୋଗୁଁ ସାରା ଦେଶରେ ସ୍କୁଲ ତଥା ଶିକ୍ଷା ଦାନରେ ବ୍ୟାଘାତ ଦେଖାଦେଇଛି । ଏପରି ସ୍ଥଳରେ ଅନଲାଇନ କ୍ଲାସକୁ ପ୍ରାଧାନ୍ୟ ଦିଆଯାଉଛି । କିନ୍ତୁ ତୁଳସୀ ପରି ଗରିବ ଶ୍ରେଣୀରେ ପିଲାମାନେ ଅର୍ଥ ଅଭାବରୁ ମୋବାଇଲ କିମ୍ବା ଲାପଟପ କିଣିପାରୁନାହାଁନ୍ତି କିଛି ମାତ୍ରାରେ ଏହା ଶିକ୍ଷକମାନଙ୍କ ଦ୍ୱାରା ପୂରଣ କରାଯାଉଥିବାବେଳେ ଅମୀୟଙ୍କ ପରି ଲୋକଙ୍କ ସାହାଯ୍ୟରେ ପିଲାମାନେ ପାଠ ପଢ଼ିବାରେ ସମର୍ଥ ହୋଇପାରୁଛନ୍ତି ।