ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଆଜି ପୁଣି ୬୮୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୯୮ ଓ ସ୍ଥାନୀୟ ଅଞ୍ଚଳରୁ ୨୮୩ ଜଣ ଚିହ୍ନଟ ହେବା ସହ ୧୧୮ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୭୪ ରହିଥିବା ବେଳେ ୭ ହଜାର ୧୮୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 3rd September
New Positive Cases: 681
Of which 0-18 years: 118
In quarantine: 398
Local contacts: 283(Details of local contacts will be shared by concerned Dist Administration)
District Wise Cases:
1. Angul: 18
2. Balasore: 34
3. Bargarh: 14— I & PR Department, Odisha (@IPR_Odisha) September 4, 2021
21. Nayagarh: 10
22. Puri: 26
23. Rayagada: 5
24. Sambalpur: 10
25. Sonepur: 6
26. Sundargarh: 20
27. State Pool: 48New recoveries: 835
Cumulative tested: 18339452
Positive: 1010753
Recovered: 995474
Active cases: 7186— I & PR Department, Odisha (@IPR_Odisha) September 4, 2021