ଗୋଟିଏ ଦିନରେ ଫାଶୀ ଖୁଣ୍ଟରେ ଝୁଲିଲେ ୧୨ କଏଦୀ, ଜାଣନ୍ତୁ ମାମଲା

ତେହେରାନ୍: ଇରାନରେ ଗୋଟିଏ ଦିନରେ ୧୨ଜଣ କଏଦୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି । ଫାଶୀ ପାଇଥିବା ୧୨ କଏଦୀଙ୍କ ମଧ୍ୟରୁ ୧୧ଜଣ ପୁରୁଷ ଓ ଜଣେ ମହିଳା ସାମିଲ ଥିବା ଜଣାଯାଇଛି । ଏମାନେ ସମସ୍ତେ ବେଲୁଚିସ୍ତାନର ନିବାସୀ ହୋଇଥିବାବେଳେ ସୁନ୍ନୀ ସମୁଦାୟର ଥିବା ଜଣାଯାଇଛି । ଡ୍ରଗ୍ସ ଚୋରାଚାଲାଣ ଓ ହତ୍ୟା ଭଳି ସଂଗୀନ ଅଭିଯୋଗରେ ଏମାନେ ଜଡ଼ିତ ଥିଲେ ।

ଇରାନରେ ଲଗାତାର ଫାଶୀ ଦିଆଯିବାକୁ ନେଇ ମାନବାଧିକାର ସଂଗଠନର ଚିନ୍ତା ବଢ଼ିଯାଇଛି । ଯଦିଓ ଇରାନ୍ ସରକାରଙ୍କ ପକ୍ଷରୁ ଏହି ଘଟଣା ଉପରେ କୌଣସି ସୂଚନା ଦିଆଯାଇନାହିଁ କିନ୍ତୁ ସେଠାରେ ଥିବା ଇରାନ୍ ହ୍ୟୁମାନ୍ ରାଇଟ୍ସ ଏହି ଘଟଣାକୁ ପୃଷ୍ଟି କରିଛି ।

ଏକସଂଗେ ୧୨ଜଣଙ୍କୁ ଫାଶୀ ଦିଆଯିବାକୁ ନେଇ ଇରାନ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି । ଇରାନ୍ ସରକାର ଲଗାତାର ସଂଖ୍ୟାଲଘୁ ସୁନ୍ନୀ ସଂପ୍ରଦାୟକୁ ଟାର୍ଗେଟ୍ କରାଯାଇ ଏଭଳି ଫାଶୀ ଦିଆଯାଉଛି ବୋଲି ଅଭିଯୋଗ କରାଯାଉଛି । ଇରାନ୍ ହ୍ୟୁମାନ୍ ରାଇଟ୍ସ କାର୍ଯ୍ୟକର୍ତ୍ତାଙ୍କ କହିବାନୁଯାୟୀ ଇରାନ୍ରେ ଜାତୀୟ ଓ ଧାର୍ମିକ ସଂଖ୍ୟାଲଘୁଙ୍କୁ ବାରମ୍ବାର ଟାର୍ଗେଟ୍ କରାଯାଉଛି । ଏମାନଙ୍କ ମଧ୍ୟରେ ମୁଖ୍ୟତଃ କୁର୍ଦ, ବଲୁଚ ଓ ଆରବ ସାମିଲ ଅଛି ।

ସୂଚନା ମୁତାବକ ୨୦୨୧ ମସିହାରେ ଇରାନ୍ରେ ଫାଶୀ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୧ ପ୍ରତିଶତ ଲୋକ ବେଲୁଚ୍ର ବାସିନ୍ଦା ଥିଲେ । ଏମନେଷ୍ଟି ଇଣ୍ଟରନ୍ୟାସନାଲ୍ର ରିପୋର୍ଟ ମୁତାବକ ମୃତ୍ୟୁ ଦଣ୍ଡାଦେଶ ମାମଲାରେ ଇରାନ୍ ସବୁଠୁ ଆଗରେ ରହିଛି । ୨୦୨୧ରେ ଏଠାରେ ୩୧୪ ଲୋକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି ଯାହା ୨୦୨୦ରେ ୨୫ ପ୍ରତିଶତରୁ ଅଧିକ (୨୪୬) ଥିବା କୁହାଯାଇଛି ।