fbpx

ଧଳାଜହର ବେପାର ପାଇଁ ଆସିଥିବା ବେଳେ ୨ ବେପାରୀଙ୍କୁ ମାଡି ବସିଲା ପୋଲିସ, ୧୩ ଗ୍ରାମ ବ୍ରାଉନ୍‌ସୁଗର ସହ ବାଇକ ଜବତ

ପାରାଦୀପ (ଭାସ୍କର ନ୍ୟୁଜ):ପାରାଦୀପ ଅଞ୍ଚଳରେ ବ୍ରାଉନ୍‌ସୁଗର ଚୋରା ବେପାରର ପେଣ୍ଠସ୍ଥଳୀ ପାଲଟିଥିବା ନେଇ ବହୁ ସମୟରେ ଚର୍ଚ୍ଚା ହେଉଥିବା ବେଳେ ଆଦର୍ଶ ଥାନା ପୋଲିସ୍‌କୁ ଏକ ବଡ ସଫଳତା ମିଳିଛିା ପାରାଦୀପ ଅଠରବାଙ୍କୀସ୍ଥିତ ବାଲିପ୍ଲଟରେ ଦୁଇଜଣ ବ୍ରାଉନ୍‌ସୁଗର ବେପାର କରିବାକୁ ଆସିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲ।। ସେଠାରେ ଦୁଇଜଣ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବେଲାପୁର ଗ୍ରାମର ଅକ୍ଷୟ ସ୍ୱାଇଁଙ୍କ ପୁଅ ସୁଧାଂଶୁ ସ୍ୱାଇଁ(୨୯) ଓ ଜଗତସିଂହପୁର ଜିଲ୍ଲା କାଜିମେହାଲା ହରିହରପୁରର ସେକ୍‌. ଓକିଲ୍‌ଙ୍କ ପୁଅ ସେକ୍‌ ଫାମୁ ଓରଫ ଫଏମିଦ୍‌ (୩୩)ଙ୍କୁ ୧୩.୦୨ଗ୍ରାମ୍‌ ବ୍ରାଉନ୍‌ସୁଗର ସହ ଗିରଫ କରିବାରେ ସଫଳ ହୋଇଛି ।

ଦୁଇ ଅଭିଯୁକ୍ତଙ୍କ ଠାରୁ ଓଡି-୦୪-କ୍ୟୁ-୮୯୩୦ ନମ୍ବର ବିଶିଷ୍ଟ ହୋଣ୍ଡା ମୋଟର ସାଇକେଲ୍‌ ସହିତ ଦୁଇହଜାର ଚାରିଶହ ଟଙ୍କା ସମେତ ୩ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିବା ନେଇ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ୨୧୬/୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି । ଅଭିଯୁକ୍ତମାନେ ପୂର୍ବରୁ ବ୍ରାଉନ୍‌ସୁଗର ବ୍ୟବସାୟରେ ଗିରଫ ହୋଇଥିବା ଲକ୍ଷ୍ମୀପ୍ରିୟା ଭୋଇଙ୍କ ଠାରୁ ଏହି ଧଳାଜହର ବିକ୍ରି କରିବାକୁ ଆଣିଥିବା ପୋଲିସ୍‌ ନିକଟରେ ସ୍ୱୀକାର କରିଛନ୍ତିା

Get real time updates directly on you device, subscribe now.