fbpx

ସ୍କୁଲ ଛାତ୍ରୀଙ୍କର ୧୩୭ଟି Video ଲିକ୍: ୯ ବର୍ଷ ତଳେ ଟୟଲେଟରେ ଲାଗିଥିଲା ଗୁପ୍ତ କ୍ୟାମେରା

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ଶିକ୍ଷାନୁଷ୍ଠାନର ହଷ୍ଟେଲ, ସପିଂ ମଲ, ଚେଞ୍ଜିଂ ରୁମମାନଙ୍କରେ ଯୁବତୀ ଓ ମହିଳାଙ୍କ ଅଶ୍ଲୀଳ ଭିଡିଓ ଶୁଟ୍ କରାଯାଉଥିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି । ତେଣୁ ଏ କ୍ଷେତ୍ରରେ ଯୁବତୀମାନେ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ । ନିକଟରେ ପଞ୍ଜାବର ଚଣ୍ଡିଗଡ଼ ୟୁନିଭରସିଟିର କିଛି ହଷ୍ଟେଲ ଛାତ୍ରୀଙ୍କର ଅନେକ ଖରାପ ଭିଡିଓ ଲିକ୍ ହୋଇଥିଲା । ତେବେ ଅନୁରୂପ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଏକ ସ୍କୁଲର କିଛି ଯୁବତୀଙ୍କର ୧୩୭ଟି ଖରାପ ଭିଡିଓ ଜବତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଏକ ଟୟଲେଟରେ ଲାଗିଥିବା କ୍ୟାମେରା ଦ୍ୱାରା ଯୁବତୀଙ୍କର ୧୩୭ଟି ଭିଡିଓ ରେକର୍ଡ କରାଯାଇଛି । ଜଣେ କର୍ମଚାରୀ ୨୦୧୩ ମସିହାରୁ ଏହି ହରକତ କରି ଆସୁଥିବା ବେଳେ ତାଙ୍କର ପ୍ରେମିକା ଲାପଟପ ଯାଞ୍ଚ କରିବା ବେଳେ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଥିଲା । ଏହି ଖବର ପୋଲିସରେ ପହଞ୍ଚିବା ପରେ ଅଭିଯୁକ୍ତ କର୍ମଚାରୀ ଜଣଙ୍କ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ୱାଶିଂଟର ଭାଙ୍କୋଭର ଅଲକୀ ମିଡିଲ ସ୍କୁଲରେ ଏହି ଘଟଣା ଦେଖିବାକୁ ମିଳିଛି । ଜେମ୍ସ ମ୍ୟାଟନ ନାମକ ଜଣେ ୩୮ ବର୍ଷୀୟ ଯୁବକୀ ଏହି କାରନାମା କରିଥିଲେ । ଜେମ୍ସଙ୍କ ଲାପଟପରେ ତାଙ୍କର ପ୍ରେମିକା ଜଣେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଦେଖିବା ପରେ ସବୁ କଥା ପଦାକୁ ଆସିଥିଲା । ଏହାପରେ ପ୍ରେମିକା ଜଣଙ୍କ ଭିଡିଓକୁ ନେଇ ପୋଲିସ ନିକଟରେ ପହଞ୍ଚିଥିଲେ । ସ୍କୁଲର ଛାତ୍ରୀଙ୍କର ଭିଡିଓ ରେକର୍ଡ କରିଥିବା ନେଇ ଜେମ୍ସ ପୋଲିସ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.