fbpx

ରାଜ୍ୟରେ ଶୀଘ୍ର ନିଯୁକ୍ତି ପାଇବେ ୧୩୭୫ଜଣ ଶିକ୍ଷକ: ଜାନୁଆରୀ ୩୧ରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

Advertisement

ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ନୂତନ ଭାବେ ୧୩୭୫ଟି ଶିକ୍ଷକ ନିଯୁକ୍ତି ପାଇବେ। ଏହି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ ପୂରଣ ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ଏହି ପଦ ପୂରଣ ନିମନ୍ତେ ନିଯୁକ୍ତି ପରୀକ୍ଷା କରାଯିବ। ଆସନ୍ତା ଜାନୁଆରୀ ୩୧ ତାରିଖରୁ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଆବେଦନର ସମୟସୀମା ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ରହିଛି।

ତେବେ ରାଜ୍ୟରେ ଥିବା ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ପଦ ପାଇଁ ପରୀକ୍ଷା କରାଯିବ। ତେବେ ମୋଟ ପଦବୀରୁ ବିଭିନ୍ନ ବର୍ଗ ନିମନ୍ତେ ସଂରକ୍ଷିତ ରଖାଯାଇଥିବା ମହିଳା ପ୍ରାର୍ଥୀଙ୍କ ନିମନ୍ତେ ୪୬୧ଟି ପଦ ସଂରକ୍ଷିତ ରଖାଯାଇଛି। ଅନୁସୂଚିତ ଜନଜାତି ବର୍ଗରେ ୩୦୮ଟି, ଅନୁସୂଚିତ ଜାତିରେ ୨୨୦, ଏସଇବିସି ବର୍ଗରେ ୧୫୫ ଏବଂ ଅସଂରକ୍ଷିତ ବର୍ଗରେ ୬୯୨ ଟି ସିଟ ସଂରକ୍ଷିତ ରହିଛି ।

ବିଷୟରେ ଅନୁଯାୟୀ ଏହି ସଂରକ୍ଷିତ ପଦରୁ ଉର୍ଦ୍ଦୂ ବିଷୟରେ ୧ଟି, ଜୋଲେଜିରେ ୫୦, ପରିସଂଖ୍ୟନରେ ୯, ସୋସିଓଲୋଜିରେ ୩୫, ସଂସ୍କୃତରେ ୨୧, ମନସ୍ତତ୍ତ୍ୱ ବିଜ୍ଞାନରେ ୧୬, ରାଜନୀତି ବିଜ୍ଞାନରେ ୧୪୨, ଅର୍ଥଶାସ୍ତ୍ରରେ ୧୫୧, ଭୂଗୋଳରେ ୭, ଜିଓଲୋଜିରେ ୨, ହିନ୍ଦୀରେ ୧୪, ଇତିହାସରେ ୧୪୧,ହୋମ ସାଇନ୍ସରେ ୧୬, ଦର୍ଶନଶାସ୍ତ୍ରରେ ୫୧, ଗଣିତରେ ୪୦, ଓଡିଆରେ ୨୨୩, ପିଜିକ୍ସରେ ୬୩, ଇଂରାଜୀରେ ୧୯୩, ଶିକ୍ଷାରେ ୨୮, ଆନ୍ଥ୍ରୋପୋଲୋଜିରେ ୫, ବଟନୀରେ ୫୦,ବାଣିଜ୍ୟରେ ୪୮, କେମେଷ୍ଟ୍ରିରେ ୬୯ଟି ଶିକ୍ଷକ ପଦ ପୂରଣ ହେବ ।

Get real time updates directly on you device, subscribe now.