fbpx
BJD SKY
BJD SKY

ବିବାହର ୧୫ ଦିନ ପୂର୍ବରୁ ସାଙ୍ଗର ଗର୍ଲଫ୍ରେଣ୍ଡ ସହ ଫେରାର୍ ହେଇଗଲା ବର, ଥାନାରେ ଅଭିଯୋଗ କଲା କନ୍ୟା

BJD

ଯୋଧପୁର: ବିବାହର ୧୫ ଦିନ ପୂର୍ବରୁ ବର ନିଜର ସାଙ୍ଗର ଗର୍ଲଫ୍ରେଣ୍ଡକୁ ନେଇ ଫେରାର୍ ହୋଇଯାଇଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣା ଘଟିଛି ରାଜସ୍ଥାନର ଯୋଧପୁରରେ । ଏନେଇ ପୋଲିସ୍ ପାଖରେ ଅଭିଯୋଗ ହେବାପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ପୁଅ ଓ ଝିଅକୁ ଖୋଜି ବାହାର କରିବା ସହିତ ପରିବାରକୁ ସେମାନଙ୍କୁ ହସ୍ତାନ୍ତର କରିଛି । ଏହି ମାମଲା ଯୋଧପୁର ଜିଲ୍ଲାର ରାତାନାଡ଼ା ଅଞ୍ଚଳର ।

ପୋଲିସ୍ ର କହିବାନୁସାରେ, ଶନିବାର ସନ୍ଧ୍ୟାରେ ଗୋଟିଏ ପରିବାରର ନିଜର ଝିଅ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ, ଶୁକ୍ରବାର ଦିନ ତାଙ୍କ ଘରର ଝିଅ କେଉଁ ଆଡେ ଗାୟବ୍ ହୋଇଯାଇଥିଲା । ପୋଲିସ୍ ଏହାପରେ ଯାଞ୍ଚ ଆରମ୍ଭ କରିଥିଲା ଓ ଜାଣିବାକୁ ପାଇଥିଲା ଯେ, ପାବୂପୁରାରେ ରହୁଥିବା ବାଦଲ ନାମକ ଜଣେ ଯୁବକ ସହିତ ବିବାହ କରିବା ଉଦ୍ଦେଶ୍ୟରେ ଫେରାର୍ ହୋଇଯାଇଛି । ଏହାପରେ ପୋଲିସ୍ ବାଦଲ ଓ ତାର ସାଙ୍ଗ ମାନଙ୍କୁ ପୋଲିସ୍ ଷ୍ଟେସନ୍ କୁ ଡକାଇ ପଚରାଉଚରା କରିଥିଲା ।

ବାଦଲ କହିଥିଲା ଯେ, ସେମାନେ ଦୁହେଁ ବିବାହ କରିବାକୁ ଚାହୁଁଛନ୍ତି କିନ୍ତୁ ତାର ବିବାହ ଆଗକୁ ହେବାକୁ ଥିବାରୁ ସେମାନେ ଫେରାର୍ ହୋଇଯାଇଛନ୍ତି । ପୋଲିସ୍ କହିବାନୁସାରେ, ବାଦଲ ନିଜ ସାଙ୍ଗର ଗର୍ଲଫ୍ରେଣ୍ଡ୍ ସହିତ ଫେରାର୍ ହୋଇଯାଇଥିଲା । ବାଦଲର ସାଙ୍ଗ ଅମିତ୍ ଓ ତାର ଗର୍ଲଫ୍ରେଣ୍ଡ୍ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା । ଯାହାପରେ ଅମିତ୍ ର ଗର୍ଲଫ୍ରେଣ୍ଡ୍ ଓ ବାଦଲ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେମାନଙ୍କ ମଧ୍ୟରେ ଗତ ୬ ମାସରୁ ଅଧିକ ହେବ ପ୍ରେମ ସମ୍ପର୍କ ଚାଲିଥିଲା । କିନ୍ତୁ ଏହା ମଧ୍ୟରେ ବାଦଲର ବିବାହ ଠିକ୍ ହୋଇଯାଇଥିଲା । ବିବାହ ନଭେମ୍ବର ୧୪ ତାରିଖରେ ହେବାକୁ ଥିଲା । କିନ୍ତୁ ବାଦଲ ଫେରାର୍ ହେବାକୁ ଚେଷ୍ଟା କରିଥିଲା ।

ପୋଲିସ୍ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ତେବେ ବାଦଲର ଯାହା ସହିତ ବିବାହ ଠିକ୍ ହୋଇଥିଲା ଅର୍ଥାତ୍ କନ୍ୟା ପୋଲିସ୍ ଷ୍ଟେସନ୍ ରେ ବାଦଲ ବିରୋଧରେ ଧୋକାଧଡ଼ି ମାମଲା ରୁଜୁ କରିଥିଲା । ଏହା ସହିତ ଥାନାରେ କନ୍ୟା ରାଗରେ ଆସି ବାଦଲକୁ ଖୁବ୍ ଜୋରରେ ଚାପୁଡ଼ା ମଧ୍ୟ ମାରିଥିଲା ।

Get real time updates directly on you device, subscribe now.