ଭୁବନେଶ୍ୱର, ୨୨ ।୧୦ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧ ହଜାରକୁ ବୃଦ୍ଧି ପାଇଛି । କରୋନା ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୧୫ ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ୩, ମୟୁରଭଞ୍ଜରୁ ୩, ଭୁବନେଶ୍ୱରରୁ ୨, ଢେଙ୍କାନାଳରୁ ୨, ସୁବର୍ନପୁର ୨, କଟକ ୧, ପୁରୀ ୧, ରାଉରକେଲାରୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ।