fbpx

Mid Day Mealରେ ଅନିୟମିତତା,ଖାଇବା ଖାଇ୧୫ଛାତ୍ରୀ ଅସୁସ୍ଥ; ନୋଟିସ ମାଗିଲା NHRC

ମହୋବା: ଉତ୍ତରପ୍ରଦେଶର ମହୋବା ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ପ୍ରାୟ ୧୫ ବାଳିକା ଅସୁସ୍ଥ ହୋଇପଡିଥିଲେ। ଅଭିଯୋଗ ହୋଇଛି ଯେ ବାଳିକାମାନଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ବିଦ୍ୟାଳୟ ପ୍ରଶାସନ ଚିକିତ୍ସା ପାଇଁ ତାନ୍ତ୍ରିକ ଡାକିଥିଲା। ଏହି ବିଷୟରେ ଜାଣିବା ପରେ ଜାତୀୟ ମାନବ ଅଧିକାର ଆୟୋଗ ଉତ୍ତରପ୍ରଦେଶ ସରକାରଙ୍କୁ (ୟୁପି ସରକାର) ନୋଟିସ ଜାରି କରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, NHRC ଗଣମାଧ୍ୟମର ରିପୋର୍ଟକୁ ଗ୍ରହଣ କରିଛି ଯେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡିଥିବା ୧୫ ଜଣ ବାଳିକାଙ୍କୁ ଚିକିତ୍ସା କରିବା ପାଇଁ ବିଦ୍ୟାଳୟ ପ୍ରଶାସନ ତାନ୍ତ୍ରିକ ଡାକିଥିଲା। କୁହାଯାଉଛି ଯେ ପୋଲିସର ହସ୍ତକ୍ଷେପ ପରେ ଅସୁସ୍ଥ ବାଳିକା ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଆୟୋଗ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରି ଚାରି ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ଏଭଳି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନିଆଯିବ ।

ନୋଟିସ ଜାରି କରି NHRC ଏହା ମଧ୍ୟ କହିଛି ଯେ ଯେଉଁ ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିଲା, ତାହା ସମ୍ପୃକ୍ତ ଅଧିକାରୀଙ୍କ ଅନିୟମିତତାର ପରିଚୟ ଦେଉଛି । ଏହା ବ୍ୟତୀତ ବିଦ୍ୟାଳୟର ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷିତ କରିବେ ଏବଂ ସେମାନଙ୍କୁ ଏପରି ଅନ୍ଧବିଶ୍ୱାସୀ ଜିନିଷରେ ବିଶ୍ୱାସ କରିବେ ନାହିଁ ବୋଲି ଶିକ୍ଷା ଦେବା ଆବଶ୍ୟକ କିନ୍ତୁ ତାହା ହେଉନାହିଁ ।

ସୂଚନାଅନୁଯାୟୀ, ଏହି ମାମଲା ଡିସେମ୍ବର ୨୧ ର ଅଟେ। ଏକ ଭିଡିଓରେ ଝିଅ ମାନଙ୍କୁ ତାନ୍ତ୍ରିକ ଦ୍ୱାରା ଝଡାଫୁଙ୍କା କରାଯାଉଥିବା ଦେଖାଯାଇଥିଲା। ଯେତେବେଳେ ଏହି ମାମଲା ପୋଲିସ ନଜରକୁ ଆସିଲା ସେତେବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହା ଜାଣିବାକୁ ମିଳିଥିଲା ​​ଯେ ଅଧିକାଂଶ ଅସୁସ୍ଥ ଛାତ୍ରୀ ୯-୧୩ ବର୍ଷ ବୟସରେ ଅଛନ୍ତି।

Get real time updates directly on you device, subscribe now.