fbpx

ରାଜସ୍ଥାନରେ ଆଜି ୧୫ ନୂଆ ମନ୍ତ୍ରୀ ନେବେ ଶପଥ, ଦେଖନ୍ତୁ ୧୧ କ୍ୟାବିନେଟ୍ ମନ୍ତ୍ରୀ ଓ ୪ ରାଜ୍ୟ ମନ୍ତ୍ରୀଙ୍କ ପୂରା ତାଲିକା

Advertisement

ନୂଆଦିଲ୍ଲୀ: ଆଜି ରାଜସ୍ଥାନରେ କ୍ୟାବିନେଟର ସମ୍ପ୍ରସାରଣ ହେବାକୁ ଯାଉଛି। ରାଜସ୍ଥାନର ଅଶୋକ ଗେହଲଟ୍ ନେତୃତ୍ୱାଧୀନ କ୍ୟାବିନେଟରେ ପୁନଃ ନିର୍ମାଣର ଏକ ଅଂଶ ଭାବରେ ୧୫ ଜଣ ନୂଆ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏଥିରେ ୧୧ ଟି କ୍ୟାବିନେଟ୍ ମନ୍ତ୍ରୀ ଓ ଚାୀି ଜଣ ରାଜ୍ୟ ମନ୍ତ୍ରୀ ରହିବେ । ଶପଥ ଗ୍ରହଣ ସମାରୋହ ରବିବାର ଦିନ ଅର୍ଥାତ୍ ଆଜି ସନ୍ଧ୍ୟା ୪ଟାରେ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ହେମରାମ ଚୌଧୁରୀ, ମହେନ୍ଦ୍ରଜିତ୍ ମାଲଭିଆ, ରାମଲାଲ ଜାଟ, ମହେଶ ଯୋଶୀ, ବିଶ୍ୱେନ୍ଦ୍ର ସିଂ, ରମେଶ ମୀନା, ମମତା ଭୁପେଶ, ଭଜନଲାଲ ଜାଟଭ, ଟିକରାମ ଜୁଲି, ଗୋବିନ୍ଦ ରାମ ମେଘୱାଲ ଏବଂ ଶକୁନ୍ତଲା ରାୱତଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବିଧାୟକ ଜାହିଦା ଖାନ, ବ୍ରିଜେନ୍ଦ୍ର ଓଲା, ରାଜେନ୍ଦ୍ର ଗୁଧା ଏବଂ ମୁରାରିଲାଲ ମୀନାଙ୍କୁ ରାଜ୍ୟ ମନ୍ତ୍ରୀ ଭାବରେ ବଛାଯାଇଛି । ଏହି ୧୫ ଜଣ ନୁତନ ମନ୍ତ୍ରୀ ଶପଥ ଗ୍ରହଣ କରିବେ ।

Get real time updates directly on you device, subscribe now.