fbpx

ପରମ୍ପରା ନାମରେ ୧୫୦୦ ଡଲଫିନଙ୍କୁ ଦିଆଗଲା ବଳି, ରକ୍ତରେ ସମୁଦ୍ରର ରଙ୍ଗ ହେଲା ଲାଲ୍

ନୂଆଦିଲ୍ଲୀ: ପରମ୍ପରାର ଦ୍ୱାହି ଦେଇ ନୀରିହ ପଶୁ ପକ୍ଷୀ ମାନଙ୍କୁ ବଳି ଦେବା କଥା ତ ଆପଣ ମାନେ ଜାଣିଥିବେ । ଏବେ ଏହାକୁ ନେଇ ହୃଦୟ ବିଦାରକ ଦୃଶ୍ୟ ସାମନାକୁ ଆସିଛି । ଡେନମାର୍କରେ ପରମ୍ପରା ନାମରେ ପଶୁ ବର୍ବରତା ଦେଖିବାକୁ ମିଳିଛି । ଏଠାରେ ସେପ୍ଟେମ୍ବର ମାସରେ ଡଲଫିନ୍ ମାରିବାର ପରମ୍ପରା ରହିଛି । ଏହି ପରମ୍ପରା ଡେନମାର୍କର ଫୈରୋ ଆଇଲାଣ୍ଡ ଠାରେ ପାଳନ କରାଯାଏ । ଏହାକୁ ପାଳନ କରିବାକୁ ଯାଇ ହଜାର ହଜାର ଲୋକ ସମୁଦ୍ର କୂଳରେ ଏକାଠି ହୋଇଥାନ୍ତି ଓ ଡଳଫିନ୍ ମାରିଥାନ୍ତି ।

ସୂଚନା ଅନୁସାରେ, ଡେନମାର୍କରେ ଏହି ଭୟଙ୍କର ପରମ୍ପରା ପାଳନ କରିବା ଭିତରେ ପ୍ରାୟ ୧୫୦୦ଟି ଡଲଫିନଙ୍କୁ ମାରିଦିଆଯାଇଛି । ଫଳରେ ଡଲଫିନ୍ ରକ୍ତରେ ଫୈରୋ ଆଇଲାଣ୍ଡ ସମୁଦ୍ରର ପାଣି ରକ୍ତରେ ଲାଲ୍ ପଡ଼ିଯାଇଛି । ତେବେ ଏହି ମାମଲାରେ ପଶୁ ଅଧିକାରୀ ମାନେ ସ୍ୱର ଉତ୍ତୋଳନ କରିଛନ୍ତି । ସେମାନେ ଏହି ପରମ୍ପରାକୁ ବିରୋଧ ବି କରିଛନ୍ତି । ତେଣୁ ଏହାକୁ ରୋକିବାକୁ ଦାବି ଉଠାଇଛନ୍ତି ।

ଫୈରୋ ଆଇଲାଣ୍ଡରେ ହଜାର ହଜାର ଡଲଫିନ୍ ମୃତ ପଡ଼ିଥିବା ଦେଖିବାକୁ ମିଳିଛି । ସେଠାକାର ଲୋକ ମାନେ ପାଳନ କରୁଥିବା ଏହି ଭୟଙ୍କର ପରମ୍ପରାକୁ ଗ୍ରିଣ୍ଡାଡ୍ରାପ୍ ବୋଲି କୁହାଯାଇଥାଏ । ଆଉ ଏହି ଗ୍ରିଣ୍ଡଡ୍ରାପ୍ ପର୍ବ ଅଧୀନରେ ପ୍ରତିବର୍ଷ ହଜାର ହଜାର ଡଲଫିନ୍ ଙ୍କୁ ମାରିଦିଆଯାଏ ।

 

Get real time updates directly on you device, subscribe now.