fbpx

ଅଜବ ଭକ୍ତି; ୪୧ ଲକ୍ଷ ଟଙ୍କାରେ କିଣିଲେ ଗୋଟିଏ ଲଡୁ

ନୂଆଦିଲ୍ଳୀ: ଭକ୍ତି ଓ ଆସ୍ଥା ସର୍ବଦା ବ୍ୟକ୍ତି ବିଶେଷଙ୍କ ପାଇଁ ଅଲଗା ରହିଥାଏ । ନିକଟରେ ଏମିତି ଏକ ଘଟଣା ଘଟଣା ଘଟିଛି ଯାହା ଦେଖିଲେ ଆପଣ ଆଖି ତରାଟି ରହିଯିବେ । ଗୋଟିଏ ଲଡୁକୁ ୪୧ ଲକ୍ଷ ଟଙ୍କା ଦେଇ କିଣିଛନ୍ତି ଜଣେ ବ୍ୟବସାୟୀ । ଗଣେଷ ଚତୁର୍ଥୀ ସମାପ୍ତ ହେବା ପାରେ ବିଘ୍ନ ବିନାଶକଙ୍କ ନିକଟରେ ଭୋଗ ଲାଗିଥିବା ଲଡୁକୁ ୪୧ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ରବିବାର ଏମିତି ଏକ ନିଲାମୀରେ ଜଣେ ବ୍ୟବସାୟୀ ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋଟିଏ ଲଡୁ କିଣିଛନ୍ତି ।
ରାଜେନ୍ଦ୍ର ନଗର ସ୍ଥିତ ସନ ସିଟିର କିର୍ତ୍ତୀ ରିଚମଣ୍ଡ ଭିଲ୍ଲାରେ ହୋଇଥିବା ଗଣେଶ ଚତୁର୍ଥୀରେ ଏହି ନିଲାମୀ ହୋଇଛି । ୨୦୨୦ରେ ଏଠାରେ ଲଡୁ ୨୭.୩ ଲକ୍ଷରେ ନିଲାମୀ ହୋଇଥିବା ବେଳେ ୨୦୧୯ରେ ଏହାର ମୂଲ୍ୟ ୧୮.୭ ଲକ୍ଷ ଟଙ୍କା ରହିଥିଲା । ଏହି ପ୍ରସାଦ ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ କରି ଏମିତି କରିଥାନ୍ତି ବୋଲି ଜଣାପଡିଛି । ପୂର୍ବରୁ କର୍ଣ୍ଣାଟକରେ ଗୋଟିଏ ନଡିଆକୁ ୫ ଲକ୍ଷ ଟଙ୍କାରେ କିଣା ଯାଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.