ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ଶହେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୬୪ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୬ ଆକ୍ରାନ୍ତ ଥିବା ଜଣାପଡିଛି ।
Covid-19 Report For 29th June
New Positive Cases: 155
Of which 0-18 years: 16
In quarantine: 91
Local contacts: 64(Details of local contacts will be shared by concerned District)
1. Balasore: 8
2. Bargarh: 3
3. Bhadrak: 4
4. Cuttack: 16
5. Dhenkanal: 1
6. Jagatsinghpur: 4— I & PR Department, Odisha (@IPR_Odisha) June 30, 2022
ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୬, ଷ୍ଟେଟପୁଲରୁ ୧୭, ସୁନ୍ଦରଗଡ଼ରୁ ୧୨, ପୁରୀରୁ ୯, ବାଲେଶ୍ୱରରୁ ୮, ଭଦ୍ରକ ଓ ଜଗତସିଂହପୁରରୁ ୪ ଜଣ ଲେଖାଏଁ, ବରଗଡ଼ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ନୟାଗଡ଼ ଓ ସୋନପୁରରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ରାୟଗଡ଼ାରୁ ୧ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୭୫୭କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୭୨୯ ଥିବା ବେଳେ ୧୨,୭୯,୮୪୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
New recoveries: 55
Cumulative tested: 32081866
Positive: 1289757
Recovered: 1279849
Active cases: 729— I & PR Department, Odisha (@IPR_Odisha) June 30, 2022