fbpx
BJD SKY
BJD SKY

ଦୁବାଇର ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ୧୬ ମୃତ, ସେମାନଙ୍କ ମଧ୍ୟରୁ ଚାରି ଭାରତୀୟ ଚିହ୍ନଟ

BJD

ନୂଆଦିଲ୍ଲୀ: ଦୁବାଇର ଏକ ଆବାସିକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କର ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ନଅ ଜଣ ମଧ୍ୟ ଆହତ ହୋଇଛନ୍ତି। ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ରବିବାର ଏହି ଖବର ଆସିଛି। ଖବର ଅନୁଯାୟୀ, ଶନିବାର ଦିନ ପ୍ରାୟ ୧୨.୩୦ ସମୟରେ ଦୁବାଇର ଅଲ ରସ ଅଞ୍ଚଳରେ ଥିବା ଏକ ଆବାସିକ ଭବନରେ ନିଆଁ ଲାଗିଯାଇଥିଲା। ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଯାଇ ବିଲ୍ଡିଂର ଅନ୍ୟ ଅଂଶକୁ ବ୍ୟାପି ଯାଇଛି।

ନିଆଁ ଲାଗିବା ମାତ୍ରେ ଦୁବାଇର ସିଭିଲ ଡିଫେନ୍ସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ଏଥିସହ ଲୋକଙ୍କୁ ସେହି ବିଲ୍ଡିଂରୁ ଅନ୍ୟ ଯାଗାକୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ପୋର୍ଟ ସଇଦ ଫାୟାର ଷ୍ଟେସନ ଏବଂ ହାମାରିଆ ଫାୟାର ଷ୍ଟେସନର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସୂଚନା ଅନୁଯାୟୀ, ରାତି ପ୍ରାୟ ୨.୩୦ ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଦୁବାଇରେ ରହୁଥିବା ଜଣେ ନାସିର ଭାଟାନପାଲ୍ଲୀ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ଚାରି ଜଣ ଭାରତୀୟ ଅଛନ୍ତି। ଯେଉଁଥିରେ କେରଳର ଦମ୍ପତି ଏବଂ ଅନ୍ୟ ଦୁଇଜଣ ତାମିଲନାଡୁର। ଏହି ଦୁର୍ଘଟଣାରେ ପାକିସ୍ତାନର ତିନି ସମ୍ପର୍କୀୟ ତଥା ନାଇଜେରିଆର ଜଣେ ମହିଳା ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।

Get real time updates directly on you device, subscribe now.