fbpx

ଶାରୀରିକ ସମ୍ବନ୍ଧ ରଖିବା ଉପରେ ନିଷ୍ପତ୍ତି ନେଇପାରନ୍ତି ୧୬ ବର୍ଷର ଝିଅ: ରଦ୍ଦ ହେଲା ପୋକ୍ସୋ କେସ

ନୂଆଦିଲ୍ଲୀ: ୧୬ ବର୍ଷୀୟା ଜଣେ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ ଏକ ବଡ ଶୁଣାଣି କରିଛନ୍ତି ମେଘାଳୟ ହାଇକୋର୍ଟ । ଯୌନ ଅପରାଧରୁ ନାବାଳିକାଙ୍କୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ହୋଇଥିବା ପୋକ୍ସୋ ଅଧିନିୟମ ୨୦୧୨ ର ଧାରା ୩ ଏବଂ ୪ ଅନୁଯାୟୀ ରୁଜୁ ହୋଇଥିବା ମାମଲାକୁ ଅଦାଲତ ରଦ୍ଦ କରିଛନ୍ତି । ଏହାସହିତ ସେ କହିଛନ୍ତି ଯେ ନାବାଳିକା ଜଣକ ଯେନ ସମ୍ବନ୍ଧକୁ ନେଇ ‘ସଚେତନ ନିର୍ଣ୍ଣୟ’ ନେବାରେ ସମ୍ପୂର୍ଣ୍ଣ ସକ୍ଷମ ଅଟନ୍ତି ।

ହାଇକୋର୍ଟ କହିଛନ୍ତି ଯେ ଏହି ଅଧିନିୟମ ଅନୁସାରେ ପ୍ରେମ ସମ୍ପର୍କରେ ପୁରୁଷ ଏବଂ ନାରୀଙ୍କ ମଧ୍ୟରେ ହୋଇଥିବା ଶାରୀରିକ ସମ୍ପର୍କ ଏହାର ଅନ୍ତର୍ଭୁକ୍ତ ହୋଇ ପାରିବ ନାହିଁ । ଏହି ମାମଲାର ଶୁଣାଣି କରିବା ସମୟରେ ହାଇକୋର୍ଟ କହିଛନ୍ତି ଯେ ପରିବର୍ତ୍ତିତ ସାମାଜିକ ଆବଶ୍ୟକତା ସହିତ ଖାପ ଖୁଆଇ ଚଳିବା ସହିତ ଆଇନ କାନୁନରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ଆବଶ୍ୟକ ହୋଇପଡିଛି । କାରଣ ୧୬ ବର୍ଷ ବୟସରେ କିଶୋରର ଶରୀରିକ ଏବଂ ମାନସିକ ବିକାଶକୁ ଦୃଷ୍ଟିରେ ରଖି କୁହାଯାଇପାରେ ଯେ, ଏହି ବ୍ୟକ୍ତିମାନେ ନିଜ ଭଲ ଖରାପ ବିଷୟରେ ନିର୍ଣ୍ଣୟ ନେବା ପାଇଁ ସକ୍ଷମ ଅଟନ୍ତି ।

ସୂଚନା ଅନୁସାରେ, ପିଲାଟି ସହିତ ଶାରୀରିକ ସମ୍ପର୍କରେ ରହୁଥିବା ଝିଅଟି ତାଙ୍କ ବିରୋଧରେ ଯୌନ ଶେଷଣର ଅଭିଯୋଗ ଆଣିଥିଲେ । ତେବେ ପ୍ରେମ ସମ୍ପର୍କ ସହ ଜଡିତ ଏହି ମାମଲାର ଶୁଣାଣି କରିଥିଲେ ମେଘାଳୟ ହାଇକୋର୍ଟ । ଉଭୟଙ୍କ ମଧ୍ୟରେ ଥିବା ବନ୍ଧୁତା ଧିରେ ଧିରେ ପ୍ରେମରେ ପରିବର୍ତ୍ତିତ ହୋଇଥିଲା ଏବଂ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା । ତେବେ ଏ ନେଇ ଝିଅଟିର ମା’ଙ୍କୁ ଜଣାପଡିବା ପରେ ସେ ଆଇପିସି ଧାରା ୩୬୩ ଏବଂ ପୋକ୍ସୋ ଆକ୍ଟ ଧାରା ୩ ଏବଂ ୪ ଅନୁଯାୟୀ ଏକ ମାମଲା ରୁଜୁ କରାଇଥିଲେ ।

ତେବେ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ଯୁକ୍ତି ବାଢିଥିଲେ ଯେ,ଏହା ଏକ ଯୌନ ଶୋଷଣ ମାମଲା ନୁହେଁ । ଏହା ସମ୍ପୂର୍ଣ୍ଣ ସହମତି ସହ ଶାରୀରିକ ସମ୍ବନ୍ଧ ରଖାଯାଇଛି । ଏହି ମାମଲାରେ ଅଭିଯୁକ୍ତ ନିଜର ଓକିଲଙ୍କ ମାଧ୍ୟମରେ ହାଇକୋର୍ଟଙ୍କୁ କହିଥିଲେ ଯେ, ଏହି ଶାରୀରିକ ସମ୍ପର୍କ ସମୟରେ କୌଣସି ପ୍ରକାରର ଜବରଦସ୍ତି ବା ବାଧ୍ୟତା ମୂଳକ କାର୍ଯ୍ୟ କରା ଯାଇ ନଥିବା ପୀଡିତା ମହିଳା ଜଣକ ନିଜ ବୟାନରେ କହିଛନ୍ତି ।

Get real time updates directly on you device, subscribe now.