fbpx

Big Breaking: ୪୦ ଡିଗ୍ରୀ ଉପରେ ୧୭ ସହର, ବାରିପଦାରେ ସର୍ବୋଚ୍ଚ ତାପମାତ୍ରା

Advertisement

ଭୁବନେଶ୍ୱର: ଆଜି ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରିଛି । ସହିଭଳି ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ ରହିଛି । ନୂଆପଡ଼ାର ତାପମାତ୍ରା ୪୧.୬ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ, ଭବାନୀପାଟଣା-୪୧, ସୁନ୍ଦରଗଡ଼-୪୧ ଡିଗ୍ରୀ, ପାରଳାଖେମୁଣ୍ଡି, ଅନୁଗୁଳ, ଢେଙ୍କାନାଳରେ ତାପମାତ୍ରା ୪୦.୭ ଡିଗ୍ରୀ ରହିଛି । ଖୋର୍ଦ୍ଧା-୪୦.୫, ଜଗତସିଂହପୁରରେ ୪୦.୫ ଡିଗ୍ରୀ ତାପମାତ୍ରା ରହିଛି ।

କିଛି ସମୟ ପୂର୍ବରୁ ରାଜଧାନୀରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ପବନ ହେଉଥିଲା। ବର୍ଷା ଯୋଗୁଁ ୩ ଘଣ୍ଟା ପାଇଁ ୨ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଥିଲା। ପାଣିପାଗର ପୂର୍ବାନୁମାନରୁ କୁହାଯାଇଥିଲା ରାଜଧାନୀ ଭୁବନେଶ୍ୱରରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ, ଏଥିପାଇଁ ଆଜି ପାଗ ଅନୁକୂଳ ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଛି ।

Get real time updates directly on you device, subscribe now.