ବିମାନ ଭିତରେ ୧୭୨ ଯାତ୍ରୀ, ହଠାତ୍ ହୁତୁହୁତୁ ହୋଇ ଜଳିଲା ଉଡ଼ାଜାହାଜ

ପୁଣି ବିମାନରେ ଅଘଟଣ। ୧୭୨ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିବା ବେଳେ ଜଳିଲା ଉଡ଼ାଜାହାଜ। ଖାଲି ଚାରିଆଡ଼ୁ ଶୁଭିଲା ଚିତ୍କାର।

ଆମେରିକା: ପୁଣି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା। ୧୭୨ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିବାକୁ ଯାଉଥିଲା ବିମାନ। ହେଲେ ହଠାତ୍ ବିମାନ ବନ୍ଦରରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା ଉଡାଜାହାଜ। ଆଉ ଏହି ଉଡାଜାହାଜ ଭିତରେ ଥିଲେ ୧୭୨ ଯାତ୍ରୀ।

ହଠାତ୍ ବିମାନରେ ନିଆଁ ଲାଗିବା କାରଣରୁ ଚାରିଆଡେ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା। କିଛି ଦେଖାଯାଉନଥିଲା। ସବୁଆଡୁ ଖାଲି ଚିତ୍କାର ଶୁଭିବାକୁ ଲାଗିଲା। ସମସ୍ତ ଯାତ୍ରୀଙ୍କୁ ବାହାରକୁ ଆଣିବାକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲା।

ବିମାନରେ ନିଆଁ: ହଁ କିଛି ଦିନ ହେବ ବିମାନ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ମଝି ଆକାଶରେ ବିମାନରେ ନିଆଁ ଲାଗିବା ଘଟଣା ତ ଆପଣ ଜାଣିଥିବେ। ଠିକ୍ ସେହିପରି ଏବେ ଆଉ ଏକ ବିମାନରେ ନିଆଁ ଲାଗିଯାଇଛି।

ଏହି ଘଟଣାଟି ଗୁରୁବାର ଦିନ ସନ୍ଧ୍ୟାରେ ଘଟିଥିବା ସୂଚନା ମିଳିଛି। ଆମେରିକାର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆମେରିକୀୟ ଏୟାରଲାଇନ୍ସ ବିମାନରେ ନିଆଁ ଲାଗିଯାଇଥିବା କୁହାଯାଉଛି। ଯେଉଁଥିରେ ୧୭୨ ଜଣ ଯାତ୍ରୀ ଥିଲେ। ଏବଂ ହଠାତ୍ ବିମାନରେ ନିଆଁ ଲାଗିଯାଇଥିଲା।

ବିମାନଟିରେ ନିଆଁ ଲାଗିବା ମାତ୍ରେ ଆତଙ୍କ ଖେଳିଗଲା। ସବୁଆଡୁ କେବଳ ଚିତ୍କାର ଶୁଭିଲା। ଚାରିଆଡ଼ ଧୂଆଁମୟ ହୋଇଗଲା। ବିମାନବନ୍ଦରର ଗେଟ C38 ରେ ପାର୍କିଂ ହୋଇଥିବା ବିମାନରେ ଏହି ଘଟଣା ଘଟିଥିଲା।

ବିମାନରେ ଥିଲେ ୧୭୨ ଯାତ୍ରୀ: ଆମେରିକୀୟ ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି ଯେ ଫ୍ଲାଇଟ୍ ୧୦୦୬ ସୁରକ୍ଷିତ ଅବତରଣ ପରେ ଗେଟ୍ ପାଖରେ ପହଞ୍ଚିଥିଲା ​​କିନ୍ତୁ ପରେ ବିମାନଟିର ଇଞ୍ଜିନରେ ସମସ୍ୟା ଦେଖାଦେଇଥିଲା।

ବିମାନରେ ମୋଟ ୧୭୨ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ, ସେମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇ ଟର୍ମିନାଲକୁ ପଠାଯାଇଥିଲା। ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେଇଥିବାରୁ ଏୟାରଲାଇନ୍ସ ଏହାର କ୍ରୁ ସଦସ୍ୟ, ଡେନଭର ବିମାନବନ୍ଦର ଦଳ ଏବଂ ଅଗ୍ନିଶମ ବାହିନୀକୁ ଧନ୍ୟବାଦ ଦେଇଛି।

ସମସ୍ତେ ସୁରକ୍ଷିତ: ବିମାନବନ୍ଦର ଅଧିକାରୀଙ୍କ ସୂଚନାନୂସାରେ, ନିଆଁ ଲାଗିବା ପରେ ତୁରନ୍ତ ଏହାକୁ ଲିଭାଇ ଦିଆଯାଇଥିଲା ଏବଂ ସନ୍ଧ୍ୟା ସୁଦ୍ଧା କୌଣସି ଆହତଙ୍କ ସୂଚନା ମିଳିନଥିଲା। ଆମେରିକା ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) କହିଛି ଯେ ଏହି ଘଟଣାଟି ଆମେରିକୀୟ ଏୟାରଲାଇନ୍ସ ଫ୍ଲାଇଟ୍ ୧୦୦୬ ସହିତ ଜଡିତ, ଯାହା ଡେନଭର ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା।

ଯାନ୍ତ୍ରିକ ତ୍ରୁଟିରୁ ନିଆଁ: ରିପୋର୍ଟ ଅନୁସାରେ, ବିମାନଟି କଲୋରାଡୋ ସ୍ପ୍ରିଙ୍ଗସ୍ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ​​ଏବଂ ଡାଲାସ୍ ଫୋର୍ଟ ୱର୍ଥ ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଥିଲା।

ଆମେରିକୀୟ ଏୟାରଲାଇନ୍ସ ଅନୁଯାୟୀ, ଏହି ବିମାନଟି ବୋଇଂ ୭୩୭-୮୦୦ ମଡେଲର ଥିଲା। ଏହି ଘଟଣା ପରେ, ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ଅଘଟଣ ଘଟିଗଲା ବୋଲି ଅନୁମାନ କରାଯାଉଛି।