fbpx

୧୯ ଟି ମନ୍ତ୍ରଣାଳୟ ପ୍ରତିଦିନ ଆୟୁର୍ବେଦ ଅଭିଯାନ ଚଳାଇବେ, ଦେଶ ତଥା ବିଦେଶରେ ଅନୁଷ୍ଠିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଏଥର ଏକ ଭିନ୍ନ ରୂପରେ ଆୟୁର୍ବେଦ ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛି ଆୟୁଷ ମନ୍ତ୍ରାଳୟ। ଏହି ଅବସରରେ ଜନସାଧାରଣଙ୍କ ଅଂଶଗ୍ରହଣ ଏବଂ ଜନ ଆନ୍ଦୋଳନରେ ପରିଣତ କରିବାକୁ ଯୋଜନା କରିଛି ମନ୍ତ୍ରାଳୟ। ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏବଂ ଆୟୁଷ ପାଇଁ କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ମୁଞ୍ଜପାରା ସୋମବାର ଏହାକୁ ଆରମ୍ଭ କରିଛନ୍ତି। ଅକ୍ଟୋବର ୨୩ ପର୍ଯ୍ୟନ୍ତ ଚାଲିଥିବା କାର୍ଯ୍ୟକ୍ରମ ଗୁଡିକ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଏହି ଦିନ ୪୨ ବ୍ୟାପି ଚାଲିବ।

ଏହି ଅଭିଯାନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରାୟ ୧୯ ଟି ମନ୍ତ୍ରଣାଳୟ ଆୟୁଷ ମନ୍ତ୍ରଣାଳୟ ସହିତ ସଂଯୁକ୍ତ ହୋଇଛି, ଯେଉଁମାନେ ଆୟୁର୍ବେଦ ଅଭିଯାନକୁ ପ୍ରତ୍ୟେକ ଦିନ ନିଜ ନିଜ ସ୍ତରରେ ଆଗେଇ ନେବେ। ଯୋଗ ପରି ଆୟୁର୍ବେଦକୁ ଜନସାଧାରଣଙ୍କ ନିକଟକୁ ନେବାକୁ ଯୋଜନା କେନ୍ଦ୍ର ସରକାରଙ୍କର ରହିଛି। ଯେଉଁଥି ପାଇଁ ପ୍ରାୟ ୧୯ ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ସହଯୋଗ ନିଆଯାଇଛି। କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ହୋଇ ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟକୁ ପଠାଯାଉଛି। ‘ହର ଦିନ୍, ହର ଘର ଆୟୁର୍ବେଦ’ ଥିମ୍ ଠାରୁ ଆରମ୍ଭ କରି ଏହି ଅଭିଯାନକୁ ‘ଜନ ସନ୍ଦେଶ’, ‘ଜନ ଭାଗିଦାରୀ’ ଏବଂ ‘ଜନ ଆନ୍ଦୋଳନ’ ନାମକ ତିନି ଭାଗରେ ବିଭକ୍ତ କରାଯାଇଛି। ଏଥିପାଇଁ ଆୟୁର୍ବେଦର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟକୁ ନୋଡାଲ ଏଜେନ୍ସି ଭାବେ ଘୋଷଣା କରାଯାଇଛି।

ଜନ ସନ୍ଦେଶ ଅଧୀନରେ ସାରା ଦେଶରେ ଏସଏମଏସ, ରେଡିଓ ଜିଙ୍ଗଲ୍ସ, ଏଫଏମ ରେଡିଓ, ଟିଭି ସ୍ପଟ, ଏଲଇଡି, ଚଳଚ୍ଚିତ୍ର ଏବଂ ପ୍ରିଣ୍ଟ ମିଡିଆ ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ଦିଆଯିବ। ଜନସାଧାରଣଙ୍କ ଅଂଶଗ୍ରହଣରେ ଦେଶର ୭୫ ଟି ସ୍ୱତନ୍ତ୍ର ସ୍ଥାନରେ ପ୍ରକୃତି ପରୀକ୍ଷା ଶିବିର ଆୟୋଜନ କରାଯିବ। ଏହା ବ୍ୟତୀତ ଅଙ୍ଗନୱାଡି, ଏନଏସଏସ ଏବଂ ଖାଦ୍ୟ ମହୋତ୍ସବ, ସଙ୍ଗୀତ କନସର୍ଟ ସମେତ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦ ବିଷୟରେ ସଚେତନତା ଅଭିଯାନ କରାଯିବ। ଜନ ଆନ୍ଦୋଳନ ଅଧୀନରେ ସମସ୍ତ ରାଜ୍ୟର ଗ୍ରାମ ପଞ୍ଚାୟତରେ ପୋଷ୍ଟର ଲଗାଯିବ, ଏହା ବ୍ୟତୀତ ସେଲଫି ପଏଣ୍ଟ କରିବାର ଯୋଜନା ରହିଛି।

ଏହି ଅବସରରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ କହିଛନ୍ତି ଯେ ଦେଶର ପ୍ରାଚୀନ ଚିକିତ୍ସା ବ୍ୟବସ୍ଥା ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ଏବଂ ସମସ୍ତ ପରିବାରକୁ ନିଆଯିବା ଆବଶ୍ୟକ। ସ୍ଥିର ହୋଇଥିବା ଛଅ ସପ୍ତାହ କାର୍ଯ୍ୟକ୍ରମ ବିଷୟରେ ପ୍ରତ୍ୟେକ ବ୍ୟକ୍ତି ଅବଗତ ହେବେ। ସାମଗ୍ରିକ ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ। ସମସ୍ତ ମନ୍ତ୍ରଣାଳୟ ଏକତ୍ରିତ ହୋଇ ଆୟୁର୍ବେଦର ବାର୍ତ୍ତା ଲୋକଙ୍କ ନିକଟକୁ ନେବା ଉଚିତ୍।

Get real time updates directly on you device, subscribe now.