ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସରସ୍ୱତୀ ବିହାର ଅଞ୍ଚଳରେ ଦୁଇ ଜଣଙ୍କୁ ହତ୍ୟା ମାମଲାରେ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ କୋର୍ଟ। ଫେବ୍ରୁଆରି ୧୮ତାରିଖରେ ଏହି ମାମଲାରେ ଦଣ୍ଡାଦେଶ ଶୁଣାଯିବ।
ବର୍ତ୍ତମାନ ସଜ୍ଜନ କୁମାର ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସହ ଜଡ଼ିତ ଅନ୍ୟ ଏକ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। କିଏ ହେଉଛନ୍ତି ସଜ୍ଜନ କୁମାର?
ସଜ୍ଜନ କୁମାର କଂଗ୍ରେସ ଦଳର ନେତା ଏବଂ ୧୯୭୦ ଦଶକରୁ ଦିଲ୍ଲୀ ରାଜନୀତିରେ ସକ୍ରିୟ ଅଛନ୍ତି । ୧୯୭୭ମସିହାରେ ସେ ପ୍ରଥମ ଥର ପାଇଁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଲଢ଼ି କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ।
୧୯୮୦ ରେ ସଜ୍ଜନ କୁମାର ଲୋକସଭା ନିର୍ବାଚନରେ ଚୌଧୁରୀ ବ୍ରହ୍ମ ପ୍ରକାଶଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ।