fbpx

(Video) ଧରାପଡ଼ିଲା ୧୯୯୩ ମୁମ୍ବାଇ ବ୍ଳାଷ୍ଟର ମାଷ୍ଟରମାଇଣ୍ଡ: ଥିଲା ଦାଉଦର ନିକଟତର

Advertisement

ବିଦେଶରେ ଭାରତୀୟ ଏଜେନ୍ସି ଏକ ବଡ଼ ଅପରେସନରେ ସଫଳ ହୋଇଛିି । ୧୯୯୩ ମୁମ୍ବାଇ ସିରିଏଲ ବ୍ଳାଷ୍ଟର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ଏବେ ଗିରଫ ହୋଇଛି । ୟୁଏଇରେ ଏହି ମୋଷ୍ଟ ୱାଣ୍ଟେଡ଼ ଆତଙ୍କବାଦୀକୁ ଗିରଫ କରାଯାଇଛି ।

ସୂଚନା ଯୋଗ୍ୟ, ଯେ ୧୯୯୩ ରେ ମୁମ୍ବାଇରେ ୧୨ ଟି ସ୍ଥାନରେ ସିରିଏଲ ବ୍ଳାଷ୍ଟ ହୋଇଥିଲା । ଆଉ ଏହି ବିସ୍ଫୋରଣରେ ୨୫୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । କେବଳ ତା ନୁହେଁ ଏହା ସହିତ ୭୧୩ ଜଣ ଗଭୀର ଭାବେ ଆହତ ହୋଇଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଧରା ପଡ଼ିଥିବା ଆତଙ୍କବାଦୀ ହେଉଛି ଅବୁ ବକର, ସେ ସେତେବେଳେ ମୁମ୍ବାଇ ସିରିଏଲ ବ୍ଳାଷ୍ଟରେ ସାମିଲ ଥିଲା । ଏମିତି କି ଅବୁ ବକର ପାକିସ୍ତାନ କବଜାରେ ଥିବା କାଶ୍ମୀରରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ବ୍ୟବହାର ସମ୍ପର୍କରେ ଟ୍ରେନିଂ ଦେଉଥିଲା । ତା ସାଙ୍ଗକୁ ଦୁବାଇରେ ଦାଉଦ ଆବ୍ରାହମର ଘର ଉପରେ ଆକ୍ରମଣ ଯୋଜନାରେ ବି ସାମିଲ ଥିଲା ସେ । । ୧୯୯୭ ରେ ତା ବିରୋଧରେ ରେଡ଼ କର୍ଣ୍ଣର ନୋଟିସ ବି ଜାରି ହୋଇଥିଲା ।

ତେବେ ୨୦୧୯ ରେ ତାକୁ ଗିରଫ କରାଯାଇଥିଲା । କିନ୍ତୁ ସେ କିଛି ଦସ୍ତାବିଜ କାରଣରୁ ୟୁଏଇ ଅଧିକାରୀଙ୍କ ପାଖରୁ  ନିଜକୁ ମୁକ୍ତ କରି ନେଇଥିଲା । ଅବୁ ବକରର ୟୁଏଇର ମଧ୍ୟ ଅନେକ ବ୍ୟବସାୟିକ ସମ୍ପର୍କ ରହିଛି । ସେ ଏକ ଇରାନୀ ନାଗରିକଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ବିବାହ ମଧ୍ୟ କରିଛି । ଏପଟେ ତାକୁ ୟୁଏଇ ପୁଲିସ ଗିରଫ କରିଥିବା ବେଳେ ଏବେ ତାକୁ ଭାରତକୁ ଅଣାଯିବାର ବ୍ୟବସ୍ଥା କରାଯାଉଛି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.