fbpx

ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ: ମଝିଆ ଭାଇର ଏତଲରେ ସାନ ଭାଇ ଗିରଫ

ଭଞ୍ଜନଗର (ଭାସ୍କର ନ୍ୟୁଜ୍‌): ତାରସିଂ ଥାନା ଅନ୍ତର୍ଗତ କପିଳପଲ୍ଲୀ ଗ୍ରାମର ସୁଧାକର ନାୟକ ଓ ଗିରିଶ ନାୟକ ଦୁଇ ଭାଇଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଗଣ୍ଡଗୋଳ । ଏନେଇ ମଝିଆ ଭାଇ ସୁଧାକରର ଏତଲାକୁ ଭିତ୍ତି କରି ତାରସିଂ ପୁଲିସ ସାନ ଭାଇ ଗିରିଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାସ କହିଛନ୍ତି ।

ଖବର ନେବାରେ ଜଣାପଡିଛି , ସୁଧାକର ଓ ଗିରିଶ ଦୁଇ ଭାଇଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବହୁଦିନ ହେଲା ଗଣ୍ଡଗୋଳ ଲାଗିରହିଥିଲା । କିଛି ଦିନ ତଳେ ଦୁଇ ଭାଇଙ୍କ ମଧ୍ୟରେ ଉକ୍ତ ସମ୍ପତ୍ତିକୁ ନେଇ ପାଟିତୁଣ୍ଡ ହୋଇ ସାନ ଭାଇ ଉକ୍ଷିତ ହେଇ ମଝିଆ ଭାଇଙ୍କୁ ଠେଙ୍ଗାରେ ମାଡମାରିଥିଲା । ଏହି ଘଟଣାକୁ ନେଇ ମଝିଆ ଭାଇ ସୁଧାକର ତାରସିଂ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାରସିଂ ଥାନା କେସ ନଂ ୨୪୭/୨୧ରେ ଏକମାମଲା ରୁଜୁ କରି ସାନ ଭାଇ ଗିରିଶକୁ ଗିରଫ କରି ସୋମବର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି ।

Get real time updates directly on you device, subscribe now.