fbpx

ଟ୍ରେନ ଲଗାଇଲା ଏତେ ଜୋରରେ ବ୍ରେକ୍, ଝଟକାରେ ୨ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଝାଡଖଣ୍ଡର କୋଡରମା ଜିଲ୍ଲାରେ ଶନିବାର ଦିନ ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଛିଡିବା କାରଣରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନ୍ ଅଚାନକ୍ ଝଟକାରେ ଅଟକିଯାଇଥିଲା, ଯାହାଫଳରେ ଦୁର୍ଘଟଣାରେ ୨ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ପୂର୍ବ କେନ୍ଦ୍ରୀୟ ରେଳ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ, ରାତି ୧୨.୦୫ ରେ ଏହି ଦୁର୍ଘଟଣା ଗୋମୋ ଏବଂ କୋଡରମା ରେଳ ଷ୍ଟେସନ ମଧ୍ୟରେ ପାର୍ସବାଦରେ ଘଟିଥିଲା, ଯେତେବେଳେ ପୁରୀ-ନୂଆଦିଲ୍ଲୀ ପୁରୋଶୋଟମ୍ ଏକ୍ସପ୍ରେସର ଡ୍ରାଇଭର ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଛିଡିବା ପରେ ଟ୍ରେନ୍ ଅଟକାଇବାକୁ ଚେଷ୍ଟା କରି ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ ।

ଧନବାଦ ରେଳ ବିଭାଗର ବରିଷ୍ଠ ଡିଭିଜନାଲ ବାଣିଜ୍ୟିକ ପରିଚାଳକ ଅମରେଶ କୁମାର କହିଛନ୍ତି ଯେ, ହଠାତ୍ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯିବା ପରେ ଟ୍ରେନକୁ ଅଟକାଇବା ପାଇଁ ଜରୁରୀକାଳୀନ ବ୍ରେକ ଲଗାଯାଇଥିଲା ଏବଂ ଏହି ଧକ୍କା ହେତୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଯେତେବେଳେ ଏହି ଦୁର୍ଘଟଣା ଘଟିଲା, ଟ୍ରେନ୍ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଚାଲୁଥିଲା ।

Get real time updates directly on you device, subscribe now.