+୨ ପରୀକ୍ଷାରେ କପି ରୋକିବା ନେଇ ପଦକ୍ଷେପ, ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍‌

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ଉପରେ କଡ଼ା ନଜର ରଖିବ ସ୍କ୍ୱାଡ୍..

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷାରେ କପିକୁ ରୋକାଯିବା ଲାଗି ନୂଆ ପଦକ୍ଷେପ । କପି ରୋକିବା ନେଇ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ । ବଡ଼ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ରହିବେ ସ୍କ୍ୱାଡ୍ ।

ପରୀକ୍ଷା ପରିଚାଳନା ଉପରେ କଡ଼ା ନଜର ରଖିବ ସ୍କ୍ୱାଡ୍ । ସମସ୍ତ ଖର୍ଚ୍ଚ ବହନ କରିବ ସିଏଚଏସଇ । ଏନେଇ ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡ଼ାଙ୍କ ସୂଚନା ରହିଛି ।

ଅନ୍ୟପଟେ ଯୁକ୍ତ ଦୁଇ ପରୀକ୍ଷାରେ କପିକୁ ରୋକିବା ଲାଗି, ସମସ୍ତ ପରୀକ୍ଷା ହଲରେ ସିସିଟିଭି କ୍ୟାମେରା ଲଗାଯାଇଛି। ବର୍ତ୍ତମାନ ଏଆଇ କ୍ୟାମେରା ପରୀକ୍ଷାର୍ଥୀଙ୍କ ଉପରେ କଡ଼ା ନଜର ରଖୁଛି। ଏହି ସମସ୍ତ ବ୍ୟବସ୍ଥା ହେବା ସତ୍ତ୍ୱେ ବର୍ତ୍ତମାନ ସିଏଚଏସଇ ପକ୍ଷରୁ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ ପାଇଁ ପ୍ରସ୍ତୁତି ଚାଲିଛି।